www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୧ ପାଇଁ ଅପରିବର୍ତ୍ତିତ ରହିବ ଜେଇଇ ଏବଂ ଏନ୍ଇଇଟି ସିଲାବସ୍

ଜେଇଇ ଏବଂ ଏନ୍‍ଇଇଟି ସିଲାବସ୍‍ ୨୦୨୧ ବର୍ଷ ଅପରିବର୍ତ୍ତିତ ରହିବ। ତେବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍‍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ। ୨୦୨୧ ମୁଖ୍ୟ ପରୀକ୍ଷା ପାଇଁ ଜେଇଇ ସିଲାବସ୍‍ ପୂର୍ବବର୍ଷ ଭଳି ସମାନ ରହିବ। କିନ୍ତୁ ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ୩୦ଟି କରି ୯୦ଟି ପ୍ରଶ୍ନ ମଧ୍ୟରୁ ଯେକୌଣସି ୭୫ଟି ପ୍ରଶ୍ନର ଉତ୍ତର ଦେବାର ସୁଯୋଗ ପାଇବେ। ୨୦୨୦ରେ ଅନୁଷ୍ଠିତ ଜେଇଇ ମୁଖ୍ୟ ପରୀକ୍ଷାରେ ମୋଟ୍‍ ୭୫ଟି ପ୍ରଶ୍ନ ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା।

୨୦୨୧ ଏନ୍‍ଇଇଟି (ୟୁଜି) ପ୍ରଶ୍ନପତ୍ରର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍‍ଇଇଟି (ୟୁଜି) ୨୦୨୧ର ପ୍ରଶ୍ନପତ୍ରରେ ଜେଇଇ ମୁଖ୍ୟ ଭଳି ବ୍ୟବସ୍ଥା ରହିପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories