www.samajalive.in
Saturday, December 6, 2025
26.1 C
Bhubaneswar

ପଥର ଖଣିରୁ ୩ଟି ହାଇୱା, ଜେସିବି ଏବଂ ପାୱାର ଟିଲର ଜବତ

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ଥିବା ବହୁ ବେଆଇନ ପଥର ଖଣିରୁ ପଥର ମାଫିଆମାନେ ତହସିଲଦାରଙ୍କ ଭୟରେ ଲୁଚିଛପି ରାତିଅଧିଆ ପଥର ଚାଲାଣ କରୁଥିବାବେଳେ ଆଜି ସକାଳେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବିଭିନ୍ନ ସ୍ଥାନରୁ ୩ଟି ବାଲି ବୋଝେଇ ହାଇୱା, ଗୋଟିଏ ଜେସିବି ଏବଂ ଏକ ପାୱାର ଟିଲର ଜବତ କରିଥିବା ଜଣାପଡିଛି । ଆଜି ସକାଳ ୬ଟାରେ ବେଗୁନିଆ ଆରଆଇ ବିଜୟ କୁମାର ମାର୍ଥା ଏବଂ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ବାଘମାରୀ ଅଭିମୁଖେ ଯାଉଥିବା ୩ଟି ବାଲି ବୋଝେଇ ହାଇୱା ସିମୋର ଠାରେ ଅଟକ ରଖି ତହସିଲଦାରଙ୍କୁ ଫୋନ କରିଥିଲେ । ତହସିଲଦାର ଘଟଣାସ୍ଥଳରେ ପହଂଚି ଗାଡି ୩ଟିକୁ ଜବତ କରି ନିଜ କାର୍ଯ୍ୟାଳୟକୁ ଆଣିଥିଲେ । ଏହା ପରେ  ୮.୩୦ମିନିଟ ସମୟରେ ଦେଉଳି ପଂଚାୟତ ଅନ୍ତର୍ଗତ ଗୋଡାସ୍ଥିତ ଏକ ସରକାରୀ ସ୍ଥାନରୁ ଜେସିବି ସାହାଯ୍ୟରେ ମାଟି ଖୋଳା ଯାଇ ପଥର କାଟିବା ପାଇଁ ଏକ ପାୱାରଟିଲର ରଖାଯାଇଥିଲା। ତହସିଲଦାର ସେଠାରେ ଚଢ଼ାଉ କରି ଉକ୍ତ ଜେସିବି ଏବଂ ପାୱାରଟିଲରଟିକୁ ଜବତ କରି ନିଜ କାର୍ଯ୍ୟାଳୟକୁ ଆଣିଛନ୍ତି । ତହସିଲଦାରଙ୍କର ଆଜିର ଚଢ଼ଉ ଘଟଣା ନେଇ ପଥର ମାଫିଆଙ୍କ ମଧ୍ୟରେ ଭାଳେଣି ପଡିଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories