www.samajalive.in
Sunday, December 7, 2025
15.1 C
Bhubaneswar

ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା, ଶୁଭେନ୍ଦୁଙ୍କ ସହ ହୋଇପାରେ କଡ଼ା ଟକ୍କର

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୋମବାର ଘୋଷଣା କରିଛନ୍ତି।

ନିକଟରେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବେ ନନ୍ଦିଗ୍ରାମ ଆସନରେ ବିଧାୟକ ଅଛନ୍ତି। ତେଣୁ ମମତା ଏବଂ ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଏପରି କି ଦଳ ଛାଡ଼ିବା ଶୁଭେନ୍ଦୁଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଖୋଦ ମୁଖ୍ୟମନ୍ତ୍ରୀ ସେହି ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାରୁ ଶୁଭେନ୍ଦୁଙ୍କ ପାଇଁ ଏହା ବୁମେରାଂ ପାଲଟିବା ଆଶଙ୍କା କରାଯାଉଛି।

- Advertisement -

ସୋମବାର ମମତା ନନ୍ଦିଗ୍ରାମ ଗସ୍ତ କରି ଏକ ସଭା​‌ରେ ଯୋଗଦେଇଥିଲେ। ସେହିଠାରୁ ସେ ଶୁଭେନ୍ଦୁଙ୍କ ବିରୋଧରେ ହୁଙ୍କାର ଦେଇ କହିଛନ୍ତି ଯେ, ମୁଁ ଏଥର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବି। ଦରକାର ପଡ଼ିଲେ ଉଭୟ ଭବାନୀପୁର ଏବଂ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବି। ଏଥର ବି ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠନ କରିବ ଏବଂ ଦଳକୁ ୨୦୦ରୁ ଅଧିକ ଆସନ ମିଳିବ।

ଶୁଭେନ୍ଦୁଙ୍କ ଗଡ଼ କୁହାଯାଉଥିବା ନନ୍ଦିଗ୍ରାମରେ ମମତା ରାଲି କରି ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ରାଲିକୁ ଟିଏମସି ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ଏବଂ ତାଙ୍କ ଭାଇମାନଙ୍କୁ ଡକାଯାଇ ନ ଥିଲା।

ଅନ୍ୟପଟେ ଶୁଭେନ୍ଦୁ ଦକ୍ଷିଣ ବଙ୍ଗଳାରେ ରୋଡ୍‌ ଶୋ କରିବେ। ମମତାଙ୍କୁ ପଶ୍ଚିମବଙ୍ଗରେ କ୍ଷମତାକୁ ଆଣିବାରେ ନନ୍ଦିଗ୍ରାମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ମମତା ନନ୍ଦିଗ୍ରାମରେ ହିଁ ବାମ ସରକାରର ଭୂମି ଅଧିଗ୍ରହଣ ବିରୋଧରେ ଧାରଣା ଦେଇଥିଲେ। କିନ୍ତୁ ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମର ନାୟକ ବୋଲି କୁହାଯାଇଥାଏ, ଯିଏ ଦିନେ ମମତାଙ୍କ ଘନିଷ୍ଠ ରହିଥିଲେ।

ଏହା ପୂର୍ବରୁ ଗତ ଡିସେମ୍ବର ଶେଷ ସପ୍ତାହରେ ଶୁଭେନ୍ଦୁ ନନ୍ଦିଗ୍ରାମରେ ରାଲି କରିଥିଲେ। ଏହି ସମୟରେ ତାଙ୍କ ରୋଡ୍‌ ଶୋ ଉପରେ ଆକ୍ରମଣ ହୋଇଥିଲା। ଟିଏମସି କାର୍ଯ୍ୟକର୍ତ୍ତାମାନେ ଏହି ଆକ୍ରମଣ କରିଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ଏଥିରେ ୧୫ ବିଜେପି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories