କେଉଁଝର : ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଯୁବ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲେ। କେଉଁଝର ଟାଉନ ଥାନା ନିକଟ କାଶୀପୁର ଠାରେ ୪ ରୁ ୫ ଜଣ ଦୁର୍ବୁତ୍ତ ନିଶାସକ୍ତ ଅବସ୍ଥାରେ ପିସିସି ସଭାପତିଙ୍କ ଗାଡିକୁ ଓଭରଟେକ କରି ଗାଡିକୁ ଅଟକାଇ ଆକ୍ରମଣ ଉଦ୍ୟମ କଲେ। ପିସିସି ସଭାପତିଙ୍କ ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ଆଗକୁ ଆସିବାରୁ ଡ୍ରାଇଭର ଓ ସୁରକ୍ଷା କର୍ମୀଙ୍କୁ ଦୁର୍ବୁତ୍ତମାନେ ମାଡ ମାରିଥିଲେ। ପିସିସି ସଭାପତିଙ୍କ ଉପସ୍ଥିତିରେ ଟାଉନ ଥାନାରେ ସୁରକ୍ଷାକର୍ମୀ ରାଜେଶ ସିଂହ ଏତଲା ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ ୩୪୧, ୨୯୪, ୩୨୩, ୩୦୫, ୪୨୭, ୫୦୬, ୩୪ ଆଇପିସି ଦଫାରେ ପୁଳିସ ମାମଲା ରୁଜୁ କରିଛି।
ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଯୁବ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ
Popular Categories



