www.samajalive.in
Thursday, December 11, 2025
23.1 C
Bhubaneswar

ଆଜି କୋଭିଡ୍‍-୧୯ ବିରୁଦ୍ଧରେ ବିଶ୍ବର ସର୍ବ ବୃହତ ପ୍ରତିଷେଧକ ଟୀକାକରଣ କାର୍ୟ୍ୟକ୍ରମ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ୍‍-୧୯ ବିରୁଦ୍ଧରେ ବିଶ୍ବର ସର୍ବ ବୃହତ ପ୍ରତିଷେଧକ ଟୀକାକରଣ କାର୍ୟ୍ୟକ୍ରମର ଆଉ ଅଳ୍ପ ସମୟ ପରେ ଶୁଭାରମ୍ଭ କରିବେ। ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ମୋଦୀ ସକାଳେ ୧୦ଟା୩୦ରେ ଏହି କାର୍ୟ୍ୟକ୍ରମର ଆରମ୍ଭ ହେବ । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩ ହଜାର ୬ଟି କେନ୍ଦ୍ରକୁ ଭର୍ଚୁଆଲ୍‍ ମୋଡରେ ସଂଯୋଗ ସ୍ଥାପନ କରାଯାଇ କୋଭିଡ୍‍ ଟିକାର ଶୁଭାରମ୍ଭ କରାଯିବ।
ଟୀକାକରଣ ଆରମ୍ଭ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣ ହିତାଧିକାରୀଙ୍କୁ ଟିକା ଦିଆଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି।
ଏହି ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ବିକଶିତ କୋ-ୱିନ୍‍ ଡିଜିଟାଲ୍‍ ପ୍ଲାଟଫର୍ମ ମାଧ୍ୟମରେ ସଞ୍ଚାଳିତ ହେବ। ଯାହାଫଳରେ ଟିକା ଯୋଗାଣ, ହିତାଧିକାରୀ ଚୟନ, ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସୂଚନା ମିଳିପାରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।
୧୦୭୫କୁ ନିଃଶୁଳ୍କ କଲ୍‍ କରି ଏ ସମ୍ବନ୍ଧରେ ସମସ୍ତ ସୂଚନା ମିଳିପାରିବ।
ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍‍ ଟିକାର ଯଥେଷ୍ଟ ଡୋଜ୍‍ ପହଞ୍ଚାଯାଇ ସାରିଛି। ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇ ସାରିଥିବା ସୂଚନା ମିଳିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories