www.samajalive.in
Tuesday, December 9, 2025
16.1 C
Bhubaneswar

ସମାଜ ପ୍ରଭାବ: ଅଳିଆ ଆବର୍ଜନାରେ ପୂର୍ଣ୍ଣ ପୋଖରୀକୁ ପୌରସଂସ୍ଥା ତରଫରୁ ସଫା କରାଗଲା 

ନବରଙ୍ଗପୁର: ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ଶହ ଶହ ବର୍ଷର ନୂଆବନ୍ଧ ସାହି ପୋଖରୀ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏହି ପୋଖରୀକୁ ନିତିଦିନ ଶହ ଶହ ଲୋକ ବ୍ୟବହାର କରୁଥିଲେ। ହେଲେ ବି ପ୍ରଶାସନ ତରଫରୁ ଏହାର ପୁନରୁଦ୍ଧାର କରାଯାଉନଥିବା ନେଇ ସମାଜ ଖବର କାଗଜରେ ପ୍ରସାରିତ ପରେ ନବରଙ୍ଗପୁର ପୌର ପରିଷଦ ତତ୍ପରତା ଦେଖାଇ ନୂଆବନ୍ଧ ସାହି ପୋଖରୀରୁ ଅଳିଆ ଓ ପଙ୍କ ବାହାର କରି ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ନବରଙ୍ଗପୁର ସହରର ମଧ୍ୟଭାଗରେ ଥିବା ନୂଆବନ୍ଧ ସାହି ରାସ୍ତା କଡରେ ଅଛି ଶହ ଶହ ବର୍ଷର ପୁରୁଣା ପୋଖରୀ । ପ୍ରାୟତଃ ଅଧିକାଂଶ ଲୋକ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି, ବିଶେଷତଃ ଗରିବ ଶ୍ରେଣୀର ଲୋକ ମାନେ ନିତିଦିନ ଏହି ପୋଖରୀରେ ଗାଧେଇବା ସହ ଲୁଗାପଟା ସଫା ଆଦି କରିଥାନ୍ତି, କିନ୍ତୁ ଦୁଃଖର ବିଷୟ ଏହି ପୋଖରୀକୁ ସଫା କରାଯାଉ ନ ଥିବା ଯୋଗୁଁ ଏଠାକାର ପାଣିର ରଙ୍ଗ ସବୁଜ ହୋଇ ଦୂଷିତ ହୋଇ ଗନ୍ଧମୟ ହୋଇ ପରିବେଶକୁ ଦୂଷିତ କରୁଥିଲା। ଏହି ପୋଖରୀ କଡ଼ ଦେଇ ଶହ ଶହ ସଂଖ୍ୟାରେ ଛାତ୍ର, ଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ଆଇନଜୀବୀ ପ୍ରମୁଖ ଯିବା ଆସିବା କଲାବେଳେ ପୋଖରୀର ପାଣିରୁ ଦୂଷିତ ଗନ୍ଧ ଯୋଗୁଁ ନାକରେ ହାତ ଦେଇ ଯାଉଥିବା ଖବର ସମାଜରେ ଖବର ପ୍ରସାରିତ ପରେ ଗତ କାଲିଠୁ ପୋଖରୀ ପାଣିରୁ ପଙ୍କ ଏବଂ ଅଳିଆ ସଫା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏନେଇ ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟନାୟକଙ୍କ କହିବା ଅନୁଯାଇ ପୋଖରୀର ଅଳିଆ ସଫା ହେବା ପରେ ପାଣିକୁ ପରୀକ୍ଷା କରି ଦରକାର ପଡିଲେ ପାଣି ସଫା କରାଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories