www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୯୬.୪୯%କୁ ବୃଦ୍ଧି

ଦେଶରେ ଗତ କାଲି ଗୋଟିଏ ଦିନରେ ୧୮ ହଜାର ୩୮୫ ଜଣ ସଂକ୍ରମିତ ସୁସ୍ଥ ହେବା ପରେ କରୋନା ଆରୋଗ୍ୟ ହାର ୯୬.୪୯%କୁ ବୃଦ୍ଧି ପାଇଛି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୧୧ ହଜାର ୨୯୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତର କରୋନା ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଛି। ଦେଶରେ ଏବେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୦୭% ରହିଛି। ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୧୬ ହଜାର ୫୫୮ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

ଗତ କାଲି ଗୋଟିଏ ଦିନରେ ୧୨ ହଜାର ୫୮୪ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୪ ଲକ୍ଷ ୭୯ ହଜାର ୧୭୯କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି, ଦେଶରେ କରୋନା ମୃତ୍ୟୁହାର ମଧ୍ୟ ଶତକଡା ୧.୪୪% ରହିଛି, ଯାହା ସମଗ୍ର ବିଶ୍ୱରେ ସବୁଠୁ କମ୍‍। ସେହିପରି ୧୬୭ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାରୁ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୧ ହଜାର ୩୨୭ରେ ପହଞ୍ଚିଛି।

- Advertisement -

ଆଇସିଏମଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟାରେ ୮ ଲକ୍ଷ ୯୭ ହଜାର ୫୬ଟି ନମୂନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୧୮ କୋଟି ୨୬ ଲକ୍ଷ୫୨ ହଜାର ୮୮୭ଟି ନମୂନା ପରୀକ୍ଷା କରାଯାଇସାରିଲାଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories