www.samajalive.in
Monday, December 8, 2025
17.1 C
Bhubaneswar

‘ଫନେ ଖାନ’ ଦେଖି ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କଲେ ଅଭିଷେକ

ମୁମ୍ବଇ : ଶୁକ୍ରବାର ରିଲିଜ୍‍ ହୋଇଛି ‘ଐଶ୍ୱର୍ଯ୍ୟା ରାୟ’ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫନେ ଖାନ୍‍’। ପ୍ରାୟ ଦୁଇବର୍ଷ ପରେ ଐଶ୍ୱର୍ଯ୍ୟା ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳଚ୍ଚିତ୍ର ରିଲିଜ୍‍ ହେବା ମାତ୍ରେ ‘ଅଭିଷେକ ବଚ୍ଚନ’ ଏହି ଚଳଚ୍ଚିତ୍ରକୁ ଦେଖିଛନ୍ତି ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କର ପ୍ରଶଂସା କରିବା ସହ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ‘ଅଭିଷେକ’ ଚଳଚ୍ଚିତ୍ର ଦେଖିବା ପରେ ନିଜ ଟ୍ୱିଟର ଆକାଉଣ୍ଟ୍‍ରେ ଲେଖିଛନ୍ତି – ‘ଏବେ ମୁଁ ଚଳଚ୍ଚିତ୍ର ‘ଫନେ ଖାନ୍’ ଦେଖି ଆସିଲି। ଏହି ଚଳଚ୍ଚିତ୍ରଟି ବହୁତ ସୁନ୍ଦର ହୋଇଛି, ଏହା ଆଜିର ସମାଜକୁ ଭଲ ବାର୍ତ୍ତା ଦେଇଛି। ଏହା ସହିତ ନିଜ ପତ୍ନୀଙ୍କୁ ପ୍ରଶଂସା କରି ଲେଖିଛନ୍ତି-ମୋ ପତ୍ନୀ ଐଶ୍ୱର୍ଯ୍ୟା ଏଥିରେ ଭଲ ଅଭିନୟ କରିଛନ୍ତି। ସେ ସବୁବେଳେ ମୋର ପ୍ରିୟପାତ୍ର ରହି ଆସିଛନ୍ତି। ତାଙ୍କୁ ମୋର ଅନେକ ଅନେକ ଶୁଭ କାମନା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories