www.samajalive.in
Sunday, December 7, 2025
16.1 C
Bhubaneswar

ଶୁଣିଲାନି ପ୍ରଶାସନ; ଶେଷରେ ଗାଁ ଶ୍ମଶାନ ରାସ୍ତା ନିର୍ମାଣ କଲେ ସମାଜସେବୀ

ଫୁଲବାଣୀ : ବାରମ୍ବାର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶସାନ। ଶେଷରେ ନିଜ ଗ୍ରାମର ଓ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଗାଁ ଶ୍ମଶାନର ରାସ୍ତା ନିର୍ମାଣ କଲେ ସମାଜସେବୀ। ତାହା ମଧ୍ୟ ନିଜ ଖର୍ଚ୍ଚରେ।

ପ୍ରକାଶ ଯେ, ଫିରିଙ୍ଗିଆ ଗ୍ରାମବାସୀମାନେ ଯେଉଁଠାରେ ଶବଦାହ କରିଥାନ୍ତି, ଉକ୍ତ ଶ୍ମଶାନକୁ ଯିବା ପାଇଁ ରାସ୍ତା ନ ଥିବାରୁ ଦୀର୍ଘଦିନ ଧରି ଜନ ଅସନ୍ତୋଷ ଲାଗି ରହିଥିଲ।। ଶ୍ମଶାନକୁ ଶବ ଦାହ କରିବାକୁ ଆସୁଥିବା ଅଞ୍ଚଳର ଜନସାଧାରଣ ରାସ୍ତା ଖଣ୍ଡିଏ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଗ୍ରାମ ସସ୍ମାନକୁ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବହୁ ବାର ସ୍ଥାନୀୟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଓ ମୈାଖିକ ଭାବରେ ଜଣେଇ ଆସୁଥିଲେ ମଧ୍ୟ କେହି ଏହି ରାସ୍ତା ନିର୍ମାଣ ଦିଗରେ ଧ୍ୟାନ ଦେଉନଥିଲେ। ପ୍ରଶାସନ ପାଖରେ ଗୁହାରି କରି କୈାଣସି ସୁଫଳ ମିଳିପାରି ନ ଥିବାରୁ ବାଧ୍ୟ ହୋଇ ଫିରିଙ୍ଗିଆ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ନିଜସ୍ୱ ଖର୍ଚରେ ଜେସିବି ଲଗାଇ ମାଶାଣିକୁ ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଫିରିଙ୍ଗିଆ ଅଂଚଳର ଜଣାଶୁଣା ସମାଜସେବୀ ତଥା ଫିରିଙ୍ଗିଆ ବଣିକ ସଂଘର ସମ୍ପାଦକ ବାଳକୃଷ୍ଣ ଜୁଣ୍ଡି ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଶୁଶାନ୍ତ ମହାପାତ୍ର, ଭାସ୍କର ମହାରଣା, ବରିଷ୍ଠ ସାମ୍ବାଦିକ ଶରତ କୁମାର ମିଶ୍ର ଏହି ରାସ୍ତା କାମରେ ସହଯୋଗ କରିଥିଲେ। ସମାଜସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories