www.samajalive.in
Saturday, December 6, 2025
26.1 C
Bhubaneswar

ଧର୍ମେନ୍ଦ୍ରଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ସଂବର୍ଦ୍ଧନା

ପିପିଲି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗସ୍ତ ପରିପ୍ରେକ୍ଷୀରେ ଶନିବାର ପିପିଲିର ବିଜେପି ଦଳ ପକ୍ଷରୁ  ତାଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି। ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବମୋର୍ଚ୍ଚା ଓ ମହିଳାମୋର୍ଚ୍ଚାର କର୍ମୀ ଓ ସମର୍ଥକମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ପୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପୂର୍ବତନ ପିପିଲି ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ବରିଷ୍ଠ ନେତା ସୁକାନ୍ତ ଦାଶ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସରପଞ୍ଚ ଶୁଭାଶିଷ ରଥ, ପ୍ରଦୀପ ପାତ୍ର, ସୁଧିର ବିଶ୍ୱାଳ, ସୁଧାଂଶୁ ପରିଡ଼ା,   ଶ୍ୱେତକୁମାର ନାୟକ, ଦେବପ୍ରସାଦ ତ୍ରୀପାଠୀ, ଯୁବନେତା ଗଦାଧର ପରିଡ଼ା, ବିଜୟରତ୍ନ ଜେନା, ଦେବୀ ପ୍ରସାଦ ମଲ୍ଲିକ, ଅକ୍ଷୟ ବେହେରା, ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories