www.samajalive.in
Monday, December 8, 2025
13.1 C
Bhubaneswar

ହୀରାକୁଦ ଜଳଭଣ୍ଡାରରେ ସାଇବେରିଆ, ମଙ୍ଗୋଲିଆ, ଇରାନ ପକ୍ଷୀ ; ମୋଟ ୧ ଲକ୍ଷ ୨୪ ହଜାର ୮୬୪ ଚଢ଼େଇ ମଧ୍ୟରୁ ବିଦେଶରୁ ୨୧,୭୪୭

ବୁର୍ଲା/ହୀରାକୁଦ: ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀଙ୍କ ଉପସ୍ଥିତି ଜଣାପଡ଼ିଛି। ଏଥିରେ ୪୭ ପ୍ରଜାତିର ୨୧ ହଜାର ୭୪୭ ସଂଖ୍ୟକ ବିଦେଶୀ ପକ୍ଷୀ ଅଛନ୍ତି ବୋଲି ସମ୍ବଲପୁର ଡିଏଫଓ ଡ.ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ଗତ ଗୁରୁବାର ଜଳଭଣ୍ଡାରରେ ବିଦେଶୀଙ୍କ ଗଣନା କରାଯାଇଥିଲା। ଆଜି ସେମାନଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ, ଲେସର ହ୍ୱିସିଲିଂ ଡକ, ଗ୍ରେଟ କଗ୍ଧଡ଼ ଗ୍ରିଭସ, ରେଡ ହେଡେଡ ପୋଚାର୍ଡ, କମନ ପୋର୍ଚାଡ ପ୍ରଜାତିର ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ଅଛି।

୩୫୨.୮୫ ବର୍ଗ କିଲୋମିଟର ପରିମିତ ହୀରାକୁଦ ଜଳଭଣ୍ଡାର ଓ ୧୬.୨୧ ବର୍ଗ କିଲୋମିଟର ପରିମିତ ପାୱାର ଚେନାଲ ଇଲାକାରେ ପକ୍ଷୀ ଗଣନା କରାଗଲା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ପକ୍ଷୀମାନେ ସାଇବେରିଆ, ହିମାଳୟ ଓ କାସ୍ପିଆନ ସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଓ ଇରାକରୁ ଗତ ନଭେମ୍ବର ମାସରୁ ଆସିଛନ୍ତି। ଏହି ଚଡ଼େଇମାନେ ମାର୍ଚ୍ଚ ମାସରେ ହଜାର ହଜାର କିଲୋମିଟର ଦୂର ଦେଶକୁ ଫେରିଯିବେ। ଏମାନଙ୍କ ସୁରକ୍ଷା ପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଗୋବିନ୍ଦପୁର, ବାରଖଣ୍ଡିିଆ, ଚୌରାଶୀମାଲ, ଜିରୋ ପଏଣ୍ଟ, ମହୁଲତରା ପୋଷ୍ଟରେ ବିଭାଗୀୟ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଗତ ବର୍ଷ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାରରୁ ଅଧିକ ସଂଖ୍ୟକ ପକ୍ଷୀଙ୍କ ଉପସ୍ଥିତି ଜଣା ପଡ଼ିଥିଲା।

- Advertisement -

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡ଼ା ବନଖଣ୍ଡ ସହଯୋଗରେ ହୋଇଥିବା ପକ୍ଷୀଗଣନାରେ ବିଭାଗୀୟ କର୍ମଚାରୀଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଛାତ୍ର ଓ ବିଶେଷଜ୍ଞ ସହଯୋଗ କରିଥିଲେ। ୭୨ ଜଣ ପକ୍ଷୀଗଣନା କାମରେ ଲାଗିଥିଲେ। ୨୦୧୮-୧୯ରେ ହୀରାକୁଦକୁ ୯୭ ହଜାର ୮୯୯, ୨୦୧୭-୧୮ରେ ୧ ଲକ୍ଷ ୩୬ ହଜାର ୮୩୫, ୨୦୧୫-୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨ ୨୦୧୪-୧୫ରେ ୬୩ ପ୍ରଜାତିର ୫୮ ହଜାର ୫୭, ୨୦୧୩-୧୪ରେ ୫୫ ପ୍ରଜାତିର ୬୩ ହଜାର ୮୯୨, ୨୦୧୨-୧୩ରେ ୫୯ ପ୍ରଜାତିର ୭୯ ହଜାର ୧୩୮ଓ ୨୦୧୧-୧୨ରେ ୫୨ ପ୍ରଜାତିର ୬୦ ହଜାର ୮୦୬ ପକ୍ଷୀଙ୍କ ଉପସ୍ଥିତି ଜଣା ପଡ଼ିଥିଲା। ବି​‌େ​‌ଶଷ କରି ହୁଇସିଲିଂ ଡକ, ‌କମନ ‌ପୋଚାର୍ଡ଼, ଟଫ୍‌ଟେଡ଼୍‌ ଡକ୍‌, ଗ୍ରେଟ୍‌ କ୍ରେଷ୍ଟେଡ଼୍‌ ଗ୍ରେଭ ଓ କମନ୍‌ କୁଟ୍‌ ପ୍ରଜାତିର ପକ୍ଷୀଙ୍କ ଉପସ୍ଥିତି ଅଧିକ ଲକ୍ଷ୍ୟ କରାଯାଉଛି।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories