www.samajalive.in
Monday, December 8, 2025
17.1 C
Bhubaneswar

ବ୍ୟକ୍ତିଗତ ଶତ୍ରୁତା ହିଁ ହତ୍ୟାକାଣ୍ଡର କାରଣ, ରାଜନୀତି କରୁଛି ବିଜେପି – ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଉପାଧ୍ୟକ୍ଷା ରସିଦା ବେଗମ ଆଜି ଗୌଡପଡା ଡ଼ାକବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ହତ୍ୟା ଘଟଣାକୁ ରାଜନୈତିକ ରଙ୍ଗ ଦେଉଛି ବୋଲି କହିଛନ୍ତି। ସେ କହିଛନ୍ତି, ‘ହତ୍ୟାକାଣ୍ଡ କାରଣ ସମ୍ପର୍କରେ ସମସ୍ତ ଅବଗତ, ବ୍ୟକ୍ତିଗତ ଶତ୍ରୁତା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ, ମୁଖ୍ୟ ଅଭିଯୁକ୍ତ ପ୍ରତିକ୍ରିୟା ଦେଇସାରିବା ପରେ ଏହାକୁ ତୁଛ ରାଜନୀତି କରିବା ବିଜେପିର ମୂଳ ଲକ୍ଷ୍ୟ’। ସେ କହିଛନ୍ତି, ଯଦି ମୃତ କୁଳମଣି ତାଙ୍କ ରାଜନୀତି ଜୀବନ ମଧ୍ୟରେ କେବେ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ଯାଏ ତାଙ୍କ ଦସ୍ତଖତ ଥିବା ଅଭିଯୋଗ ଦେଇଛନ୍ତି ବିଜେପି ଏହାର ପ୍ରମାଣ ଦେଉ।

- Advertisement -

ସେ ଅଭିଯୋଗ କରିଛନ୍ତି, ମୃତ କୁଳମଣି ବରାଳ କଂଗ୍ରେସରେ ୨୦ ବର୍ଷ ଏବଂ ଏବେ ବିଜେପିରେ କାମ କରୁଥିଲେ ତେଣୁ ତାଙ୍କ ସ୍ୱଭାବ ଆଉ କାର୍ଯ୍ୟକ୍ରମ କ’ଣ ମାହାଙ୍ଗା ଲୋକେ ଭଲଭାବେ ଜାଣିଛନ୍ତି। ଏ ହତ୍ୟାକାଣ୍ଡ କେବଳ ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି ଓ ପୁଲିସ ତା କାମ କରୁଛି ବୋଲି ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଉପାଧ୍ୟକ୍ଷା ରସିଦା ବେଗମ କହିଛନ୍ତି।ମାହାଙ୍ଗାର ଲୋକପ୍ରିୟ ବିଧାୟକ ତଥା ମନ୍ତ୍ରୀଙ୍କୁ ବଦନାମ କରିବାକୁ ବିଜେପି ଓ କଂଗ୍ରେସର ମିଳିତ ପ୍ରୟାସ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories