www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ଖଣିଜ ସଂପଦ ସନ୍ଧାନ ଓ ଏହାର ବୃଦ୍ଧି ପାଇଁ ଏମଇସିଏଲ ଏବଂ ଓଏମ୍‌ଇସିଏଲ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ସଂପଦର ସନ୍ଧାନ ଓ ଏହାର ବୃଦ୍ଧି ପାଇଁ ଏମ୍‌ଇସିଏଲ୍‌ ଏବଂ ଓଏମ୍‌ଇସିଏଲ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏମ୍‌ଇସିଏଲ୍‌ର ସିଏମଡି ଡ. ରଞ୍ଜିତ କୁମାର ରଥ ଏବଂ ଓଏମ୍‌ଇସିଏଲ୍‌ ପକ୍ଷରୁ ଏହାର ପରିଚାଳନା ନିର୍ଦେଶକ ଭିନିଲ କ୍ରିଷ୍ଣା ଉକ୍ତ ଏମ୍‌ଓୟୁରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି ଓ କାର୍ଯ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶାର ଇସ୍ପାତ ଓ ଖଣିର ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ରାଜ୍ୟରେ ବକ୍ସାଇଟ, ଚାଇନାକ୍ଲେ, କୋଇଲା,କ୍ରୋମାଇଟ, ଡୋଲୋମାଇଟ, ଫାୟାର କ୍ଲେ,ଗ୍ରାଫାଇଟ, ଜେମଷ୍ଟୋନ, ଲୁହାପଥର, ଚୁନ ପଥର, ମାଙ୍ଗାନିଜ , ଖଣିଜ ବାଲି, ନିକେଲ , ପାଇରୋଫାଇଲାଇଟ ଓ କ୍ୱାର୍ଜ ବିପୁଳ ପରିମାଣରେ ମହଜୁଦ ରହିଛି। ଏଥିମଧ୍ୟରୁ କ୍ରୋମାଇଟ, ଗ୍ରାଫାଇଟ, ବକ୍ସାଇଟ, ମାଙ୍ଗାନିଜ ପଥର, ଲୁହାପଥର, ସିଲିମାନାଇଟ, କ୍ୱାର୍ଜ, ପାଇରେକ୍ସନାଇଟ ଓ ଡୋଲୋମାଇଟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ।ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁ କେବଳ ମୂଲ୍ୟବାନ ରୁବି ଓ ପଲିଥିନ ଗ୍ରୁପର ଧାତବ ପଦାର୍ଥ ଉତ୍ପାଦିତ ହୋଇଥାଏ। ଦେଶର ୯୫ % କ୍ରେମାଇଟ, ୯୨% ନିକେଲ, ୬୯% କୋବାଲ୍ଟ, ୫୫% ବକ୍ସାଇଟ, ୫୧% ଟାଇଟାନିଫେରସ ମ୍ୟାଗ୍ନେଟାଇଟ, ୪୦% ଚୁନ ଫଥର, ୩୬% ପ୍ରୋପହାଇଲଇଟ, ୩୩% ଲୁହାପଥର(ହେମେଟାଇଟ), ୨୬% ସିଲିମାନାଇଟ,୨୫% ଫାୟାର କ୍ଲେ ଓ ଗାର୍ନେଟ ,୨୪% କୋଇଲା ଓ ଜିରକନ ଏବଂ ୨୦% ଭାନାଡିୟମ ଇତ୍ୟାଦି ଯୋଗାଇବାରେ ମଧ୍ୟ ଅବଦାନ ଅଛି।
ଏମ୍‌ଇସିଏଲ୍‌ ଏକ ଉଲ୍ଲେଖନୀୟ ଅନୁସନ୍ଧାନକାରୀ ସଂସ୍ଥା ଭାବରେ ଗତ ୪୮ ବର୍ଷ ଧରି ସମସ୍ତ ପ୍ରମୁଖ ତଥା ମୂଲ୍ୟବାନ ଖଣିଜ ପଦାର୍ଥର ଏକ ପୋର୍ଟଫୋଲିଓ ସହିତ ଭୁତାତ୍ୱିକ ରିପୋର୍ଟ ପ୍ରସ୍ତୁତ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ ସହ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସିପିଏସଇ ପ୍ରଭୃତିଙ୍କ ପାଇଁ ପରାମର୍ଶ ସେବା ପ୍ରଦାନ କରୁଛି। ରାଜ୍ୟରେ ଖଣିଜ ଅନୁସନ୍ଧାନ କାର୍ଯ୍ୟକୁ ବୃଦ୍ଧି କରିବା ଉଦେଶ୍ୟରେ ଓ ଏମଇସିଏଲକୁ ପ୍ରତିଷ୍ଠା କରାଯାଇଅଛି, ଯଦ୍ୱାରା ରାଜ୍ୟରେ ଖଣିଜ ପଦାର୍ଥଗୁଡ଼ିକର ବୃଦ୍ଧି ଓ ବୈଜ୍ଞାନିକ ପଦ୍ଧତିରେ ଉତ୍ତୋଳନ କରାଯାଇପାରିବ।
ଏମ୍‌ଇସିଏଲ୍‌ର ସିଏମଡି ଡ. ରଞ୍ଜିତ କୁମାର ରଥ ନିଜର ମତ ରଖି କହିଛନ୍ତି ଯେ ଓଏମ୍‌ଇସିଏଲ୍‌ ସହଯୋଗରେ ରାଜ୍ୟରେ ଖଣି ଅନୁସନ୍ଧାନ କାର୍ଯ୍ୟରେ ବିକାଶ ଘଟିବ ଓ ଅତତିରକ୍ତ ଖଣିଜ ସଂପଦ ପ୍ରତିଷ୍ଠା ହେବ। ଯାହା ଦ୍ୱାରା ଅଧିକ ଖଣିଜ ବ୍ଲକ ଗ୍ରୀନ ଫିଲଡ ଓ ବ୍ରାଉନଫିଲଡ ଏରିଆରେ ନିଲାମ ପାଇଁ ଚିହ୍ନଟ ହୋଇପାରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories