www.samajalive.in
Monday, December 8, 2025
27.1 C
Bhubaneswar

ହେଟାବାଘକୁ ଧରିବା ପାଇଁ ବନବିଭାଗ କର୍ମଚାରୀ ନାକେଦମ୍‍  

ନବରଙ୍ଗପୁର : ନବରଙ୍ଗପୁର କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲରାପତରିଆ ବାଘ ଦୃଶ୍ୟମାନ ହୋଇଥିଲା। ଉକ୍ତ ଘାଟି ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ନିକଟ ଏକ ଜମି ମଧ୍ୟରେ ଥିବା ଗାତରେ ହେଟାବାଘ ଦୃଶ୍ୟମାନ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଖବରପାଇ ହେଟାବାଘକୁ ଉଦ୍ଧାର କରିବା ପାଇଁ ଡାବୁଗାଁ ବନାଞ୍ଚଳର ବନ କର୍ମଚାରୀମାନେ ଉକ୍ତ ଜମି ନିକଟ ଗାତ ପାଖରେ ପହଞ୍ଚିଥିଲେ। ବିଲର ଏକ ଖାଲ ଭିତରେ ହେଟା ବାଘ ଲୁଚି ରହିଥିବା ଯୋଗୁଁ ତାକୁ କାଢ଼ିବା ପାଇଁ ବନବିଭାଗ କର୍ମଚାରୀଙ୍କୁ ବହୁତ କସରତ କରିବା ପଢିଥିଲା। ଲୋକଙ୍କ ଭିଡ଼ ଯୋଗୁଁ ଗାତ ଭିତରୁ ହେଟାବାଘକୁ ଧରିବାକୁ ନାକେଦମ ହେବାକୁ ପଡିଥିଲା, ହେଲେବି ଶେଷରେ ୫/୬ ଘଣ୍ଟାର ପରିଶ୍ରମ ପରେ ଗାତ ଭିତରୁ ହେଟାବାଘକୁ କାଢ଼ିବାକୁ ସକ୍ଷମ ହୋଉଥିଲେ ବନବିଭାଗ। ରାତ୍ର ୮ ଘଣ୍ଟା ସମୟରେ ହେଟାବାଘକୁ ଗାତ ଭିତରୁ କାଢି ଜଙ୍ଗଲ ଭିତରକୁ ତଡିବାରେ ସକ୍ଷମ ହୋଇଥିଲେ ବନବିଭାଗ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଜଣେ ଗାଈ ଚରାଳୀ ଗ୍ରାମ ନିକଟ ଜମି ପାଖରେ ଗାଈ ଚରାଇବାକୁ ଯାଇଥିବା ସମୟରେ ଏକ ହେଟାବାଘ ଜମି ମଧ୍ୟରେ ଥିବା ଏକ ଗାତରେ ଫସି ରହି ଥିଲା ଏବଂ ସେଥି ମଧ୍ୟରୁ ବାହାରି ପାରି ନ ଥିଲା। ଗାଈ ଚରାଳି ହେଟାବାଘକୁ ଦେଖିବା ପରେ ଭୟଭୀତ ହୋଇ ଗ୍ରାମରେ ଯାଇ ଲୋକଙ୍କୁ ଏ ବିଷୟରେ କହିଥିଲା। ହେଟାବାଘ ଜମି ଭିତର ଗାତରେ ଥିବା ଖବର ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ। ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗୋ ଓ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାତ ମଧ୍ୟରେ ପ୍ରକୃତରେ ହେଟାବାଘ ଅଛି ନା ଅନ୍ୟ କୌଣସି ଜନ୍ତୁ ଅଛି ତାହା ଜଣା ପଡି ନ ଥିବାବେଳେ ବନ କର୍ମଚାରୀ ଗାତ ନିକଟରେ ଜନ୍ତୁକୁ କାଢ଼ିବାକୁ ପ୍ରୟାସ କରି ଶେଷରେ ସଫଳ ହୋଇଥିଲେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories