www.samajalive.in
Monday, December 8, 2025
27.1 C
Bhubaneswar

ଗୃହିଣୀଙ୍କ ନିମନ୍ତେ ଜାଣିବା କଥା

ଗୃହିଣୀଟିଏ ଚାହିଁଥାଏ କିପରି ଖାଦ୍ୟ ସାମଗ୍ରୀକୁ ବେଶି ଦିନ ସୁରକ୍ଷିତ ରଖିପାରିବ। କେତେକ ସାଧାରଣ ଉପାୟ ଅବଲମ୍ବନ କରିବା ଦ୍ୱାରା ଖାଦ୍ୟ ସାମଗ୍ରୀ ସବୁ ଅଧିକ ଦିନ ରହିପାରିବ।
ଯେଉଁ ପାତ୍ରରେ ଚାଉଳ ରଖୁଛନ୍ତି ସେଥିରେ ଶୁଖିଲା ଲଙ୍କା ଓ ନିମ୍ବପତ୍ର,ଗୋଟା ହଳଦୀ ଖଣ୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷକୁ ପକାଇ ରଖନ୍ତୁ।

- Advertisement -

ଏହା ଦ୍ୱାରା ଚାଉଳରେ ଆଉ ପୋକ ହୋଇ ନଥାଏ।
କଞ୍ଚା କଦଳୀ ଓ ଆଳୁକୁ କାଟି ପାଣିରେ ପକାଇଲେ ଏହା କଳା ପଡ଼େ ନାହିଁ ।


ରୋଷେଇ ସମୟରେ ଭୁଲ ବଶତଃ ତରକାରୀ ଲୁଣିଆ ହୋଇଗଲେ ,ଏଥିରେ ଟମାଟୋ ସସ କିମ୍ବା ଭଜା ହୋଇଥିବା ଚାଉଳ ଗୁଣ୍ଡ ମିଶାଇ ଦିଅନ୍ତୁ। ଫଳରେ ଲୁଣର ମାତ୍ରା କମିଯିବା ସହ ତରକାରୀ ସ୍ୱାଦିଷ୍ଟ ଲାଗିଥାଏ।
ଦୋସାକୁ ଅଧିକ ମୁସମୁସିଆ କରିବା ନିମନ୍ତେ ଚାଉଳ ଓ ବିରିକୁ ଭିଜାଇବା ସମୟରେ ସେଥିରେ କିଛି ମେଥି ଦାନା କିମ୍ବା ହରଡ଼ ଡ଼ାଲି ମିଶାଇ ଦିଅନ୍ତୁ।
ସବୁଜ ମଟରର ରଙ୍ଗକୁ ଏହାର ପ୍ରକୃତ ରଙ୍ଗ ରଖିବା ନିମନ୍ତେ ଏହାକୁ ଫୁଟାଇବା ସମୟରେ ପାଣିରେ ସାମାନ୍ୟ ଚିନି ପକାଇ ଦିଅନ୍ତୁ।


ସବୁଜ ପତ୍ର ଥିବା ପନିପରିବାକୁ ଅଧିକ ଦିନ ସତେଜ ରଖିବା ନିମନ୍ତେ ଏହାକୁ ଖବରକାଗଜରେ ଗୁଡ଼ାଇ ରଖନ୍ତୁ।


ଯଅ ଓ ଗହମକୁ ସମାନ ପରିମାଣରେ ପେସାଇଲେ ରୁଟି ଅଧିକ ସ୍ୱାଦିଷ୍ଟ ଓ ନରମ ହୋଇଥାଏ।
ବେଳେବେଳେ ତରକାରୀ ଓ କ୍ଷୀର ପାତ୍ର ରନ୍ଧା ସମୟରେ ପୋଡ଼ି ଯାଇଥାଏ। ପାତ୍ରରୁ ପୋଡା ଦାଗକୁ ଛଡ଼ାଇବା ପାଇଁ ଗରମ ପାଣି କରି ସେଥିରେ ସୋଢା ପକାଇ ଏହି ପାତ୍ରକୁ ଭିଜାଇ ରଖନ୍ତୁ, ଦେଖିବେ ଖୁବ୍‍ କମ୍‍ ସମୟରେ ପାତ୍ରରେ ଲାଗିଥିବା ପୋଡା ଦାଗ ସଂପୂଣ୍ଣ ଛାଡିଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories