www.samajalive.in
Monday, December 8, 2025
17.1 C
Bhubaneswar

କୁଳମଣି ହତ୍ୟା ମାମଲା, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ନେଇ ରାଜନୈତିକ ପ୍ରତିରୋଧ ତେଜିବାରେ ଲାଗିଛି। ଆଜି ରାଜ୍ୟ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ ଶହ ଶହ ଦଳୀୟ କର୍ମୀଙ୍କ ଶହ ମାହାଙ୍ଗା ନୃତାଙ୍ଗ ଅଂଚଳ ଗସ୍ତ କରିଛନ୍ତି। ସେଠାରେ ସେ ଶାସକ ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ଶହ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କାହିଁକି ଇସ୍ତଫା ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମାହାଙ୍ଗାରେ ଦୁଇଟି ହତ୍ୟାକାଣ୍ଡ ଘଟଣାରେ ଆଜି ବିଜେପିର ପ୍ରେସ ମିଟି ଅବସରରେ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ ମୃତ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ କହିଛନ୍ତି ଯେ ବିଜେପି ଏହି ହତ୍ୟାକାଣ୍ଡକୁ ରାଜନୈତିକ ରଙ୍ଗ ଦେଉନାହିଁ ବରଂ ବିଜେପି ସବୁ ସମୟରେ ଲୋକଙ୍କ ସହ ରହିଆସିଛି। ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ଘଟଣାରେ ୬ ଜଣ ଗିରଫ ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କ ନାମ ଏତଲାରେ ଥାଇ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ ତେଣୁ ଶେଷ ଯାଏଁ ନ୍ୟାୟ ପାଇଁ ଲଢେଇ ଜାରି ରହିବ। ଏହି ଘଟଣାରେ ପୁଲିସର ଭୂମିକା ପ୍ରତି ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ପୁଲିସ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ନିକଟରେ ପହଂଚି ପାରିନାହିଁ। ସେ କହିଛନ୍ତି ଯେ ମୃତକଙ୍କ ପୁଅଙ୍କ କହିବା ଅନୁଯାୟୀ ହତ୍ୟାକାରୀମାନେ ମନ୍ତ୍ରୀଙ୍କ ଘରେ ରହିଥିଲେ ତେଣୁ ମନ୍ତ୍ରୀ ଶୀଘ୍ର ଇସ୍ତଫା ଦେବା ଆବଶ୍ୟକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories