www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଅଭିଯୋଗ: ପୁଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ନାହିଁ, ଉପକୂଳ ଜିଲ୍ଲାରେ ନିଯୁକ୍ତ ହେଉଛନ୍ତି ଶାସକ ଦଳର ଅନୁଗତ

ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଆଜି ଏକ ପ୍ରେସମିଟରେ ପୁଲିସ ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଥାନାରେ ନିଯୁକ୍ତ ହେଉଥିବା ପୁଲିସ ଅଧିକାରୀମାନେ ଶାସକ ଦଳର ଅନୁଗତ ତେଣୁ ତଦନ୍ତ ବାଟବଣା ହେଉଛି। ମାହାଙ୍ଗା କୁଳମଣି ବରାଳ ହତ୍ୟାକାଣ୍ଡ ମାମଲାରେ ଆଜି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅନ୍ୟତମ ମୃତକ ଦିବ୍ୟସିଂହ ବରାଳ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଭିତ୍ତିରେ ପୁଲିସ ତଦନ୍ତ କରୁନାହିଁ।

- Advertisement -

ସେ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ସେ ଦେଇଥିବା ବୟାନକୁ ପୁଲିସ ମୃତ୍ୟୁକାଳୀନ ଘୋଷଣା ଭାବେ ଗ୍ରହଣ କରି ତଦନ୍ତ କରିଆ ଆବଶ୍ୟକ ଥିବା ବେଳେ ତାହା ହେଉନାହିଁ। ପ୍ରକାଶ ମିଶ୍ର କହିଛନ୍ତି,’ଏଠି ଯେଉଁ ପୁଲିସ କାର୍ଯ୍ୟ କରୁଛନ୍ତି, ବିଶେଷ କରି ଉପକୂଳ ଅଂଚଳରେ ଥିବା ଥାନାଗୁଡିକରେ ଯେଉଁ ପୋଷ୍ଟିଙ୍ଗ ହେଉଛି, ସେମାନେ ଶାସକ ଦଳର ଅନୁଗତ ନ ହେଲେ ପୋଷ୍ଟିଙ୍ଗ କରାଯାଉ ନାହିଁ। ଏହା ଲୋକଙ୍କ ଧନ ଜୀବନ ପ୍ରତି ଏବଂ ଆଇନ ଶୃଙ୍ଖଳା ପ୍ରତି ଅତ୍ୟନ୍ତ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ପୁଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ନାହିଁ।’

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories