www.samajalive.in
Sunday, December 7, 2025
15.1 C
Bhubaneswar

ବାନ୍ଧବୀକୁ ଖୁସି କରିବାକୁ ଚୋରି କଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ନିଜ ବାନ୍ଧବୀକୁ ଖୁସି କରିବାକୁ ଯାଇ ଜଣେ ୨୨ବର୍ଷିୟ ବି-ଟେକ୍‍ ଇଞ୍ଜିନିୟର ବୈଭବ ଖୁରାନାଙ୍କୁ ଶେଷରେ ଚୋରି କରିବାକୁ ପଡ଼ିଛି। ଆସନ୍ନ ବନ୍ଧୁତ୍ୱ ଦିବସ ଅବସରରେ ନିଜ ବାନ୍ଧବୀକୁ ଏକ “ରାଡ଼ୋ’ ଘଡ଼ି ଉପହାର ଦେବା ବୈଭବଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି। ବାନ୍ଧବୀଙ୍କ ଇଚ୍ଛା ମୁତାବକ ଦୀର୍ଘ ଦିନ ଧରି ରାଡ଼ୋ ଘଡ଼ି ଉପରେ ଅନଲାଇନରେ ମିଳୁଥିବା ରିହାତି ଉପରେ ନଜର ରଖିଥିଲେ ବୈଭବ। ଦିଲ୍ଲୀର ଏକ ହୋଟେଲରେ କାର୍ଯ୍ୟରତ ବୈଭବଙ୍କ ପାଇଁ ୯୦ହଜାର ଟଙ୍କା ବିନିମୟରେ ଏଭଳି ଘଡ଼ି କିଣିବା ଅସମ୍ଭବ ହୋଇ ପଡ଼ିଥିଲା। ଏପଟେ ବାନ୍ଧବୀକୁ ନିରାଶ କରିବାକୁ ଚାହୁଁ ନଥିଲେ ବୈଭବ। ତେବେ ହଠାତ୍‍ ଅନଲାଇନରେ ୯୦ହଜାର ମୂଲ୍ୟର ରାଡୋ ଘଡ଼ି ତାଙ୍କୁ ୬୭ହଜାର ମୂଲ୍ୟରେ ମିଳି ଯାଇଥିଲା। ତରବରିଆ ଭାବେ ଉକ୍ତ ଘଡ଼ିକୁ କିଣି ନେଇଥିଲେ ବୈଭବ। ତେବେ ଏତେ ଟଙ୍କା ସଂଗ୍ରହ କରିବାରେ ସେ ବିଫଳ ହୋଇଥିଲେ। ଇତିମଧ୍ୟରେ ବୈଭବଙ୍କ ନିକଟରେ ଅନଲାଇନରେ ରାଡ଼ୋ ଘଡ଼ି ପହଞ୍ôଚ ଯାଇଥିଲା । ଏହି ଘଡ଼ିକୁ ଗ୍ରହଣ କରିବାକୁ ହେଲେ ଅନଲାଇନ କମ୍ପାନୀ ଏଜେଣ୍ଟକୁ ୬୭ହଜାର ଟଙ୍କା ଦେବାକୁ ପଡ଼ିବ। ତେଣୁ ବିକଳ୍ପ ଚିନ୍ତା କରି କମ୍ପାନୀ କର୍ମଚାରୀଙ୍କୁ କାଶ୍ମୀର ଗେଟ ମେଟ୍ରୋ ନିକଟକୁ ଆସିବାକୁ କହିଥିଲେ ବୈଭବ। ତେବେ ପାଖରେ ଏତେ ଟଙ୍କା ନଗଦ ନାହିଁ ଆଳ କରି ଏଜେଣ୍ଟକୁ ବୈଭବ ସିବିଲ ଲାଇନ ଅଞ୍ଚଳକୁ ଡାକି ନେଇଥିଲେ। ସେଠାରେ ପହଞ୍ôଚବା ପରେ ଏଜେଣ୍ଟକୁ ଗେଟ ଖୋଲିବାକୁ କହି ଘଡ଼ି ନେଇ ଚମ୍ପଟ ହୋଇ ଯାଇଥିଲେ ବୈଭବ। ଏହି ଘଟଣା ପୁଲିସ ନିକଟରେ ପହଞ୍ôଚବା ପରେ ବୈଭବଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରି ଘଡ଼ି ଉଦ୍ଧାର କରିଛି ପୁଲିସ। ବୈଭବ ଉକ୍ତ ଘଡ଼ି ବାନ୍ଧବୀଙ୍କୁ ବନ୍ଧୁତ୍ୱ ଦିବସରେ ଉପହାର ଦେବାକୁ ନିଜ ଘରେ ସାଇତି ରଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories