www.samajalive.in
Sunday, December 7, 2025
15.1 C
Bhubaneswar

ପ୍ଲାଷ୍ଟିକ ନିଷେଧ ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ନାଗପୁର: ପରିବେଶ ପ୍ରତି ଏବେ ସବୁଠାରୁ ବଡ଼ ଆହ୍ୱାନ ସୃଷ୍ଟି କରିଛି ପ୍ଳାଷ୍ଟିକ ବା ପଲିଥିନର ବହୁଳ ବ୍ୟବହାର। ଲୋକଙ୍କ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସ ବଦଳାଇବା ସହିତ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଆରମ୍ଭ ହୋଇଛି। ଏହିକ୍ରମରେ ଭାରତର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଗତ ଜୁନ୍‍ ୨୫ ତାରିଖରୁ ପଲିଥିନ ନିଷେଧ କରାଯାଇଛି। ପରିବେଶବିତ୍‍ଙ୍କ ସମେତ ବୁଦ୍ଧିଜୀବୀ ମହଲରୁ ଏହାକୁ ସ୍ୱାଗତ କରାଯାଇଛି। କିନ୍ତୁ ପ୍ଳାଷ୍ଟିକ୍‍ ନିଷେଧ ଯୋଗୁଁ ଜଣଙ୍କ ଜୀବନ ଯାଇଛି। ଏଭଳି ଘଟଣା ଘଟିଛି ନାଗପୁରରେ। ଯେଉଁ ରାଜ୍ୟ ପ୍ରଥମେ ପ୍ଳାଷ୍ଟିକ ନିଷେଧ କରି ରେକର୍ଡ ସୃଷ୍ଟି କରିଥିଲା ସେହି ରାଜ୍ୟରେ ହିଁ ଘଟିଛି ଦେଶର ଏଭଳି ପ୍ରଥମ ଦୁଃଖଦାୟକ ଘଟଣା।
୫୧ ବର୍ଷ ବୟସ୍କ ନରେଶ ଟୋଲାନୀ ନାମକ ଜଣେ ବ୍ୟବସାୟୀ ଗତ ୨୯ ତାରିଖ ମଧ୍ୟ ରାତିରେ ଗାନ୍ଧିସାଗର ହ୍ରଦରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘରୁ ଯିବା ପୂର୍ବରୁ ସେ ଏକ ସୁସାଇଡାଲ ନୋଟ୍‍ ଲେଖିଦେଇ ଯାଇଥିଲେ। ପିଲାମାନଙ୍କ ଖାତାରୁ ଚିରା ହୋଇଥିବା ଏକ କାଗଜରେ ସେ ତାଙ୍କର ଶେଷ କଥାରେ ଲେଖିଛନ୍ତି ଯେ ‘ପ୍ଲାଷ୍ଟିକ୍‍ ନିଷେଧ ଯୋଗୁଁ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ସେଥିପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।’
ଗତ ୩୦ ବର୍ଷ ଧରି ନରେଶ ପଲିଥିନ ବ୍ୟାଗ୍‍ ବ୍ୟବସାୟ କରି ଆସୁଥିଲେ। ପାଇକାରୀ ବେପାରୀ ଓ କମ୍ପାନୀରୁ ପଲିଥିନ କିଣି ଦୋକାନକୁ ଦୋକାନ ବୁଲି ବିକ୍ରି କରୁଥିଲେ। ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ସରକାର ପ୍ଲାଷ୍ଟିକ୍‍ ନିଷେଧ ଘୋଷଣା କରିବା ପରେ ବ୍ୟବସାୟ ବୁଡ଼ି ଯାଇଥିଲା। ଦୋକାନୀମାନେ ପ୍ଲାଷ୍ଟିକ ଓ ପଲିଥିନ ରଖିବା ପାଇଁ ମନା କରିଦେଇଥିଲେ। ଅନେକ କ୍ରେତା ବାକିରେ ରଖିଥିବା ଟଙ୍କା ଫେରାଇ ନଥିଲେ। ତେଣୁ ନରେଶଙ୍କ ଆର୍ଥିକ ସ୍ଥିତି ଜଟିଳ ହେବାରେ ଲାଗିଲା। ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ପୁଅ ଓ ଝିଅ ପକେଟ୍‍ ଖର୍ଚ୍ଚ ମାଗିବା ଛାଡ଼ି ଦେଇଥିଲେ। କଲେଜରେ ପଢ଼ୁଥିବା ୨୦ ବର୍ଷରୁ ପୁଅକୁ ଫି’ ନ ଦେଇପାରିବ କାରଣରୁ କଲେଜରୁ ବାହାର କରି ଦିଆଗଲା। ଇଞ୍ଜିନୟରିଂ ହେବାକୁ ଲକ୍ଷ୍ୟ ରଖିଥିବା ୧୬ ବର୍ଷର ଝିଅ ପଢ଼ା ଛାଡ଼ି ରୋଜଗାର ବିକଳ୍ପ ଖୋଜିବା ଆରମ୍ଭ କରିଦେଇଥିଲା। ଏହା ନରେଶଙ୍କୁ ଆହୁରି ବ୍ୟଥିତ କରିଥିଲା। ଅନ୍ୟ ବ୍ୟବସାୟ କରିବାକୁ ନରେଶ ଚାହିଁଥିଲେ ମଧ୍ୟ ଆର୍ଥିକ ସମ୍ବଳ ଅଭାବରୁ ଆଗେଇ ପାରି ନଥିଲେ।
ସୁସାଇଡାଲ୍‍ ନୋଟ୍‍ ପାଇବା ପରେ ନରେଶଙ୍କ ପୁଅ ସଙ୍ଗେ ସଙ୍ଗେ ହ୍ରଦ ନିକଟକୁ ସନ୍ଦେହରେ ଯାଇଥିଲେ। ହ୍ରଦ ପାଖରେ ନରେଶଙ୍କ ମୋଟର ସାଇକେଲ୍‍ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ହ୍ରଦରେ ହିଁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଥିଲା। ନରେଶଙ୍କ ପୁଅ ପାଣି ଭିତରକୁ ଡେଇଁ ବାପାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ନରେଶଙ୍କ ସନ୍ଧାନ ମିଳି ନଥିଲା। ଏହାପରେ ପରିବାର ଲୋକେ ପୁଲିସ ସମେତ ସେଠାରେ ପହଞ୍ଚିଥିଲେ। ପୁଲିସ ସହାୟତାରେ ପାଣି ଭିତରୁ ନରେଶଙ୍କୁ ଉଦ୍ଧାର କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories