www.samajalive.in
Tuesday, December 9, 2025
17.1 C
Bhubaneswar

ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ପରଲୋକ

ଆମେରିକାର ଜଣାଶୁଣା ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ଡିସେମ୍ବର ୨୫ ତାରିଖ ସନ୍ଧ୍ୟାରେ ତାଙ୍କ କୁକୁରକୁ ବୁଲାଇବାକୁ ବାହାରକୁ ନେଇଥିଲେ। ଘରକୁ ଫେରିବା ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଶରୀରରେ ଗୁରୁତର ଆଘାତ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ତାନ୍ୟାଙ୍କ ମୃତ୍ୟୁକୁ ନେଇ ଅନେକ ଭ୍ରମ ସୃଷ୍ଟି ହୋଇଥିଲା। ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। କିନ୍ତୁ ତାଙ୍କ ପ୍ରତିନିଧି ମାଇକ୍‌ ପିଙ୍ଗଲ କହିଥିଲେ ଯେ ସେ ଲସ୍‌ ଏଞ୍ଜେଲ୍ସର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଗମ୍ଭୀର ରହିଛି। ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

- Advertisement -

ଜଣେ ମଡେଲ ଭାବେ ତାନ୍ୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୭୦ ଦଶକରେ ନିଜର ଅଭିନୟ ପାଇଁ ସେ ବେଶ ଚର୍ଚ୍ଚିତ ଥିଲେ। ଏହି ସମୟର ଲୋକପ୍ରିୟ ଶୋ ଚାର୍ଲିଜ୍‌ ଏଞ୍ଜେଲ୍ସ ଏବଂ ଜେମ୍‌ସ ବଣ୍ଡ ଫ୍ରାଞ୍ଚାଇଜିରେ ତାଙ୍କର ଭୂମିକା ପାଇଁ ସେ ଖୁବ୍‌ ଜଣାଶୁଣା ଥିଲେ। ୧୯୮୫ରେ ଜେମ୍‌ସ ବଣ୍ଡ ଫିଲ୍ମ ‘ଏ ଭ୍ୟୁ ଟୁ ଏ କିଲ୍‌’ରେ ସେ ଅଭିନୟ କରିଥିଲେ। ଏଥିରେ ସେ ଜଣେ ଆମେରିକୀୟ ବୈଜ୍ଞାନିକ ଷ୍ଟେସୀ ସୌଟନଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories