www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଟୀକାକରଣ ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ଟୀକାକରଣ ତାରିଖ ଘୋଷଣାର ୨ଦିନ ସୁଦ୍ଧା କ୍ଷେତ୍ର ପ୍ରସ୍ତୁତି ନିର୍ଦ୍ଦେଶ

ଦେଶରେ କରୋନା ମହାମାରୀଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଦୁଇଟି ଟିକାକୁ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାର କ୍ଷେତ୍ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅପେକ୍ଷା ଗୃହ, ଟୀକାକରଣ ଏବଂ ପର୍ଯ୍ୟବେକ୍ଷଣ କକ୍ଷ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ଏ ସମସ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯିବ।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଟୀକାକରଣ କେନ୍ଦ୍ରଗୁଡିକ ମୁଖ୍ୟତଃ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଅନ୍ୟ ଉଚ୍ଚ ସ୍ଥରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ହେବା ସହ ପ୍ରତ୍ୟେକ ବ୍ଲକ ଓ ସହରାଂଚଳ ୟୁନିଟରେ ଯେଉଁ କେନ୍ଦ୍ର ଚିହ୍ନଟ କରାଯିବ ସେଥିରେ ଅପେକ୍ଷା ଗୃହ, ଟୀକାକରଣ ଗୃହ ଏବଂ ନିରୀକ୍ଷଣ ଗୃହ ରହିବ। ଏହା ଛଡା ଟୀକାକରଣ ପାଇଁ ବଡ ଘରୋଇ ହସ୍ପିଟାଲ ମଧ୍ୟ ଚୟନ କରାଯାଇ ପାରିବ। ବ୍ଲକ ଓ ସହରାଂଚଳ ଟାସ୍କ ଫୋର୍ସ ସଦସ୍ୟ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରର ନିରୀକ୍ଷଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରିବେ ଓ ସେହି ରିପୋର୍ଟକୁ ଜିଲ୍ଲା ଟାସ୍କ ଫୋର୍ସକୁ ଜମା ଦେବେ।

- Advertisement -

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ଟୀକାକରଣ ଟିମରେ ଟୀକାଦାତାଙ୍କ ସମେତ ୫ ଜଣ ସଦସ୍ୟ ରହିବେ ଓ ତିନୋଟି ପର୍ଯ୍ୟାୟ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ସମସ୍ତ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଜଣେ ମେଡିକାଲ ଅଫିସର ଦାୟିତ୍ୱରେ ରହିବେ। ପ୍ରତ୍ୟେକ କେନ୍ଦ୍ରରେ ବସିବା ପାଇଁ ଉପକରଣ, ଟିକାକରଣରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରାଂଶ, ଟଏଲେଟ, ହାତ ଧୋଇବା ଜିନିଷ, ପାନୀୟ ଜଳ ଓ ସାଇନ ବୋର୍ଡ ପୂର୍ବରୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଟୀକାକରଣ ତାରିଖ ସମ୍ପର୍କରେ ଘୋଷଣା ହେବାର ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories