www.samajalive.in
Saturday, December 6, 2025
16.1 C
Bhubaneswar

ସୋମବାର ଓ ସରକାରୀ ଛୁଟି ଦିନରେ ବନ୍ଦ ରହିବ ଜିଲା ସଂଗ୍ରହାଳୟ

ବୌଦ୍ଧ : ବୌଦ୍ଧ ରାଜାଙ୍କ ଦ୍ୱାରା ନିର୍ମିତ କଚେରୀ କୋଠାକୁ ଶହେ ବର୍ଷ ପୁରିଯାଇଥିବା ବେଳେ ଏହି କୋଠା ବର୍ତ୍ତମାନ ଜିଲାର ସଂଗ୍ରହାଳୟର ମାନ୍ୟତା ପାଇଛି। ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ଗତ ୨ ତାରିଖରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲାସ୍ତରୀୟ ସଂଗ୍ରହାଳୟ ଭାବେ ଲୋକାର୍ପିତ କରିଛନ୍ତି। ବର୍ତ୍ତମାନ ଏହି ସଂଗ୍ରହାଳୟରେ ଜିଲାର ପୁରୁଣା ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, କିର୍ତ୍ତିରାଜୀ ଦେଖିବାକୁ ମିଳିଛି। ସଂଗ୍ରହାଳୟରେ ପୁରାତନ କିର୍ତ୍ତିରାଜୀ ନୂତନ ପିଢୀ ଓ ପର୍ଯଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟଛି। କିନ୍ତୁ ଏହି ସଂଗ୍ରହାଳୟ ଦେଖିବା ପାଇଁ ଜିଲାପ୍ରଶାସନ ପକ୍ଷରୁ ଏକ ସମୟ ସୀମା ଜାରି କରିଛି। ସକାଳ ୧୦.୩୦ରୁ ଅପରାହ୍ନ ୧.୩୦ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ବେଳେ ପ୍ରତ୍ୟେକ ସୋମବାର ଓ ସରକାରୀ ଛୁଟି ଦିନ ଗୁଡିକରେ ସଂଗ୍ରହାଳୟ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories