www.samajalive.in
Saturday, December 6, 2025
26.1 C
Bhubaneswar

ଟଙ୍କା ନାହିଁ ଖାଲି ଫଳକ – ଇନ୍ଦିରା ଆବାସ କେଳେଙ୍କାରୀ ନେଇ ବିଡ଼ିଓଙ୍କୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ପଞ୍ଚାୟତର କଟଲପାଡୁ ଗାଁର ସ୍ୱର୍ଗତ ଦାନୁ ମିଣିଆକାଙ୍କ ସ୍ତ୍ରୀ ପାଲାଇ ମିଣିଆକା ଙ୍କ ନାମରେ ଇନ୍ଦିରା ଆବାସ ଗୃହ ନ ଯୋଗାଈ ଫଳକ ଲଗାଇବା ଓ ଉକ୍ତ ଟଙ୍କା ହଡପ କରିଥିବା ନେଇ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରି କଚାଘରକୁ ପକ୍କାଘର କରିଛନ୍ତି। ଇନ୍ଦିରା ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରି ପଞ୍ଚାୟତ ରାଜ ଓ ପନୀୟ ଜଳ ବିଭାଗ ପକ୍ଷରୁ ୨୦୧୩/୨୦୧୪ ଆର୍ଥିକ ବର୍ଷରେ କଟଲପାଡୁ ଗାଁର ଦାନୁ ମିଣିଆକାଙ୍କ ସ୍ତ୍ରୀ ପାଲାଇ ମିଣିଆକାଙ୍କୁ (୭୫୦୦୦) ଟଙ୍କା ଇନ୍ଦିରା ଆବାସ ଗୃହ ନିର୍ମାଣ କରିବା ପାଇଁ ଯୋଗାଇ ଦିଆଯାଇଛି ବୋଲି ପଞ୍ଚାୟତ ପକ୍ଷରୁ ଏକ ଫଳକ ହିତାଧିକାରୀଙ୍କ ଘର କାନ୍ତରେ ସୋମବାର ଦିନ ଲଗାଇ ଥିଲେ।

- Advertisement -

ଫଳକ ଲଗାଇବା ବେଳେ ହିତାଧିକାରୀ ଓ ଫଳକ ମାରିବା ଲୋକ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏହି ପୋଷ୍ଟର ବା ଫଳକକୁ ବାହାର କରି ଆବାସ ଯୋଜନାରୁ ବଞ୍ଚିତ ଥିବା ପାଲାଇ ମିଣିଆକାଙ୍କ ପୁଅ ସନ୍ଧ୍ୟା ସମୟରେ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ସାକ୍ଷାତ କରି ଘଟଣା ବିଷୟରେ କହିବା ସହ ଲିଖିତ ଅଭିଯୋଗ ଦେଇଥିଲେ। ବିଡ଼ିଓ ଶ୍ରୀ ବେହେରା ଘଟଣାର ତଦନ୍ତ କରାଯିବ କହିଥିବା ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ କହିଛନ୍ତି। ସେଠାରେ କୌଣସି ସଭା ନ କରି କିପରି ଲୋକଙ୍କ ନାମରେ ଘର ଯୋଗାଇ ଦିଆଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ବ୍ଳକରେ ପ୍ରତେକ ପଞ୍ଚାୟତରେ ଏପରି କାର୍ୟ୍ୟ ହୋଇଥିବା ଜଣାପଡିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories