www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି କୋଚି-ମାଙ୍ଗାଲୋର ଗ୍ୟାସ୍‍ ପାଇପ୍‍ ଲାଇନକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ ପୂର୍ବାହ୍ନ ୧୧ଟା ବେଳେ ଭିଡ଼ିଓ କନ୍‍ଫରେନ୍ସିଂ ଯୋଗେ କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ୪୫୦ କିଲୋମିଟର ଦୀର୍ଘ ପାଇପ୍‍ଲାଇନ ଗେଲ୍‍ ଇଣ୍ଡିଆ ଲିମିଟେଡ୍‍ ଦ୍ୱାରା ନିର୍ମିତ ହୋଇଛି। ଏହାର ପରିବହନ କ୍ଷମତା ଦୈନିକ ୧୨ ନିୟୁତ ମେଟ୍ରିକ୍‍ ଷ୍ଟାଣ୍ଡାର୍ଡ କ୍ୟୁବିକ୍‍ ମିଟର ରହିଛି।

ଏହି ପାଇପ୍‍ଲାଇନ ଏର୍ଣ୍ଣାକୁଲମ, ତ୍ରିସୁର, ପାଲାକାଡ, ମଲପୁରମ୍‍, କୋଜିକୋଡ଼, କନୌର ଓ କାଶରାଗଡ଼ ଜିଲ୍ଲା ଦେଇ କେରଳର କୋଚିସ୍ଥିତ ତରଳୀକୃତ ପ୍ରାକୃତିକ ଗ୍ୟାସ୍‍ (ଏଲ୍‍ଏନଜି) ପୁନଃ ବାଷ୍ପୀକରଣ ଟର୍ମିନାଲ୍‍ରୁ କର୍ଣ୍ଣାଟକର ମାଙ୍ଗାଲୁରୁ ପର୍ଯ୍ୟନ୍ତ ଗ୍ୟାସ୍‍ ପରିବହନ କରିବ। ଏହି ପ୍ରକଳ୍ପ ନିର୍ମାଣ ବାବଦରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୧୨ଲକ୍ଷ ମାନବ ଦିବସର ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ପାଇପ୍‍ ଲାଇନ୍‍ ୧୦୦ରୁ ଅଧିକ ଜଳାଶୟ ଅତିକ୍ରମ କରୁଥିବାରୁ ଏହାର ନିର୍ମାଣ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଏକ ବିରାଟ ଆହ୍ୱାନ ଥିଲା। ହରାଇଜେଣ୍ଟଲ୍‍ ଡିରେକ୍ସନର ଡ୍ରିଲିଂ ପଦ୍ଧତି ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories