www.samajalive.in
Sunday, December 7, 2025
13.1 C
Bhubaneswar

ବାହାରିଲାନି ନିଷ୍କର୍ସ: ଆଇନ ସଂଶୋଧନ ଲାଗି କମିଟି ଗଠନ ପ୍ରସ୍ତାବକୁ ଖାରଜ କଲେ କୃଷକ ପ୍ରତିନିଧି, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ  ଜାରି ରହିଥିବାବେଳେ ସୋମବାର ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୮ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଏହି ବୈଠକ ବି ପୂର୍ବ ବୈଠକଗୁଡ଼ିକ ଭଳି ବିଫଳ ହୋଇଛି। ଚାଷୀ ପ୍ରତିନିଧିମାନେ ଆଲୋଚନା ଶେଷ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିବାରୁ ସରକାରଙ୍କ ସମସ୍ତ ଉଦ୍ୟମ ଫସର ଫାଟିଛି। ଆସନ୍ତା ୮ ତାରିଖରେ ପରବର୍ତ୍ତୀ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସୋମବାର ୪୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ବର୍ଷା ଯୋଗୁ ୧୨ରୁ ଅଧିକ ଚାଷୀଙ୍କ ଜୀବନ ଚାଲିଯାଇଥିଲେ ହେଁ କୃଷକମାନେ ପଛକୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

- Advertisement -

ସୋମବାର ବୈଠକ ସମୟରେ ୩ଟି ଯାକ କୃଷି ଆଇନରେ ସଂଶୋଧନ ଆଣିବା ଲାଗି ସରକାରଙ୍କ ପକ୍ଷରୁ ମିଳିତ କମିଟି ଗଠନ ପାଇଁ କୃଷକ ପ୍ରତିନିଧିମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ଖାରଜ କରିଦେଇଥିଲେ। ମିଳିତ କମିଟି ଗଠନ ଦିଗରେ କୃଷକ ପ୍ରତିନିଧିମାନେ ସହମତି ପ୍ରକାଶ କରି ନ ଥିଲେ। ସେମାନଙ୍କର ଗୋଟିଏ ଜିଦ୍‌ ଥିଲା ଆଇନ ପ୍ରତ୍ୟାହାର ହେଉ। ତେଣୁ ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା।

Image Courtesy: ANI

ବୈଠକ ସମୟରେ ମଧ୍ୟାହ୍ନଭୋଜନ ବିରତି ରହିଥିଲା। ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ଏବଂ କୃଷକ ପ୍ରତିନିଧିମାନଙ୍କୁ ମଧ୍ୟାହ୍ନଭୋଜନ ଗ୍ରହଣ ପାଇଁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କୃଷକ ପ୍ରତିନିଧିମାନେ ମନ୍ତ୍ରୀଙ୍କ ସହିତ ଖାଇବାକୁ ମନା କରିଦେଇଥିଲେ।

ବୈଠକ ପ୍ରାରମ୍ଭରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ମନ୍ତ୍ରୀ, ଅଧିକାରୀ ଏବଂ କୃଷକ ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ପ୍ରାଣ ହରାଇଥିବା କୃଷକ ଭାଇମାନଙ୍କ ଲାଗି ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଉପସ୍ଥିତ ଥିଲେ। ବୈଠକରେ ୪୦ଟି କୃଷକ ସଂଗଠନର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories