www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ଼ ଟୀକାକୁ ନେଇ କଂଗ୍ରେସର ସନ୍ଦେହ; ଏମିତି ଜବାବ ଦେଲେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା

ଭାରତ ବାୟୋଟେକର କୋଭିଡ -୧୯ ଟୀକାକୁ ମିଳିଛି ଅନୁମୋଦନ । ତେବେ ଏହି ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।  ଟୀକା ଅନୁମୋଦନକୁ ନେଇ କିଛି କଂଗ୍ରେସ ନେତାଙ୍କ ପ୍ରଶ୍ନ ଉଠାଇବା ପରେ ବିଜେପି ସଭାପତି ଜେପି ନଡା  ଦେଇଛନ୍ତି କଡ଼ା ଜବାବ । ରବିବାର ସେ କହିଛନ୍ତି ଯେ ଯେତେବେଳେ ବି ଦେଶ କିଛି ସଫଳତା ହାସଲ କରିଥାଏ, ବିରୋଧୀ ତାହାକୁ କେବଳ ପରିହାସ କରିଥାଆନ୍ତି । ସେହିପରି  କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ବିରୋଧୀ ଦଳର ନେତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସବୁ କଥାରେ କଂଗ୍ରେସ ପରିହାସ କରିଥାଏ ଓ କଂଗ୍ରେସକୁ ସବୁ କଥା ଅନିୟମିତ ଲାଗିଥାଏ ।

- Advertisement -

ଏହି ପରିପ୍ରେକ୍ଷୀରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା ଟ୍ବିଟ କରି କହିଛନ୍ତି ଯେ କଂଗ୍ରେସ ବା ଅନ୍ୟ ବିରୋଧୀ ଦଳ କୌଣସି ଭାରତୀୟ ସାମଗ୍ରୀ ପାଇଁ ଗର୍ବିତ ନୁହନ୍ତି । କୋଭିଡ଼ ୧୯ ଉପରେ ସେମାନଙ୍କର ଏଜେଣ୍ଡା ନ୍ୟସ୍ବସ୍ବାର୍ଥ ଉପରେ ପର୍ଯ୍ୟବେଶିତ ।

ରବିବାର ଦିନ ଆନନ୍ଦ ଶର୍ମା, ଶଶି ଥରୁର ଏବଂ ଜୟରାମ ରମେଶଙ୍କ ସମେତ କେତେକ କଂଗ୍ରେସ ନେତା ସୀମିତ ବ୍ୟବହାର ପାଇଁ ଭାରତ ବାୟୋଟେକର କୋଭିଡ -୧୯ ଟୀକାକୁ ଦିଆଯାଇଥିବା ଜରୁରୀ ଅନୁମୋଦନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହି ନେତାମାନେ କହିଛନ୍ତି ଯେ ଏହି କାର୍ଯ୍ୟ ଅତ୍ୟନ୍ତ ତରବରିଆ ଭାବରେ କରାଯାଇଛି ଓ ଭବିଷ୍ୟତରେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories