www.samajalive.in
Saturday, December 6, 2025
16.1 C
Bhubaneswar

ନୂଆ ବର୍ଷରେ ନିଶାସକ୍ତଙ୍କ ଉତ୍ପାତ; ଯୁବକଙ୍କୁ ପିଟି ହତ୍ୟା, ମହିଳା ଗୁରୁତର

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମ ସଂଲଗ୍ନ ରାଜାଭାଡି ହାଟରେ ନବବର୍ଷ ସନ୍ଧ୍ୟାରେ ୪ ଜଣ ନିଶାସକ୍ତ ଯୁବକ କୁମୁଳାବାହାଳି ଗ୍ରାମର ଜଣେ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ପୁରୁଣାପାଣି ଗ୍ରାମର ପୂର୍ବତନ ୱାର୍ଡସଭ୍ୟା ଶାନ୍ତିଲତା ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଗତ କାଲି ସନ୍ଧ୍ୟାରେ କୁମୁଳାବାହାଳି ଗ୍ରାମର ହେମନ୍ତ ମହାନ୍ତ(୨୨) ରାଜାଭାଡ଼ି ହାଟକୁ ଆସିଥିଲେ। ସେଠାରେ କୌଣସି କାରଣକୁ ନେଇ ତାଙ୍କ ସହିତ ଏରେଣ୍ଡେଇ ଗ୍ରାମର ୪ ଜଣ ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ନିଶାସକ୍ତ ଅବସ୍ଥାରେ ଥିବା ୪ ଜଣ ଯୁବକ ହେମନ୍ତଙ୍କୁ  ଠେଙ୍ଗାରେ ପିଟିଥିଲେ। ହାଟକୁ ଆସିଥିବା ପୁରୁଣାପାଣି ଗ୍ରାମର ପୂର୍ବତନ ୱାର୍ଡସଭ୍ୟା ଶାନ୍ତିଲତା ମୁଣ୍ଡା ହେମନ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଗୁରୁତର ହେମନ୍ତ ଓ ଶାନ୍ତିଲତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଓ ସେଠାରୁ କେନ୍ଦୁଝର ମେଡିକାଲ ନେଇଥିଲେ। ରାସ୍ତାରେ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା। ଶାନ୍ତିଲତା ଏବେ କେନ୍ଦୁଝର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଓ ତଦନ୍ତକାରୀ ଅଧିକାରୀ ଶିବଶଙ୍କର ଆଲଦା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇ  ଗୁରୁତର ଶାନ୍ତିଲତାଙ୍କୁ ପଚରାଉଚରା କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories