www.samajalive.in
Thursday, December 11, 2025
18.1 C
Bhubaneswar

ସମଗ୍ର ଜିଲାରେ ବିଜେପିର ଚିଠି ଚିରା ଆନ୍ଦୋଳନ

ଫୁଲବାଣୀ: କନ୍ଧମାଳ ଜିଲାର ଆଜି ବିିଭିନ୍ନ ବ୍ଳକ ସ୍ତରରେ ବିଜେପି ପକ୍ଷରୁ ଚିଠି ଚିରା ଆନ୍ଦୋଳନ କରାଯିବା ସହିତ ଟିକାବାଲି ଠାରେ ବ୍ଳକ ମଧ୍ୟ ଘେରାଉ କରିଥିଲେ ବିଜେପି ନେତା ଓ କର୍ମୀମାନେ।

ବିଜେପିର ଅଭିଯୋଗ ପ୍ରକାରେ, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ବିଜୁ ପକ୍କାଘର ନାମରେ ପୋଷ୍ଟର ମାରୁଥିବା ବେଳେ ପ୍ରତ୍ୟେକ ବାସଗୃହକୁ ବିଜୁ ପକ୍କାଘର ରାଜ୍ୟ ସରକାର ଯୋଗାଇଛନ୍ତି ବୋଲି ଏକ ଚିଠି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ଯାହାକୁ ନେଇ କନ୍ଧମାଳ ବିଜେପି ତରଫରୁ ସେସବୁ ମିଥ୍ୟା ଚିଠି ବୋଲି ଦର୍ଶାଯାଇ ଆଜି ସମଗ୍ର ଜିଲାର ବ୍ଳକ ସମ୍ମୁଖରେ ଚିଠି ଚିରିବା ଆନ୍ଦୋଳନ କରିଥିଲା। ଜିଲାର ବାଲିଗୁଡ଼ା, ଜି.ଉଦୟଗିରି, ଖଜୁରିପଡ଼ା ଭଳି ବିିଭିନ୍ନ ବ୍ଳକ ସ୍ତରରେ ଏହି ଆନ୍ଦୋଳନ ହୋଇଥିଲା। ଜିଲାର ଖଜୁରିପଡ଼ା, ଟିକାବାଲି, ଜି.ଉଦୟଗିରି, ଦାରିଙ୍ଗବାଡ଼ି ଭଳି ସମସ୍ତ ଅଞ୍ଚଳରେ ଏହି ଆନ୍ଦୋଳନ ହୋଇଥିଲା। ସମସ୍ତ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories