www.samajalive.in
Friday, December 5, 2025
27.1 C
Bhubaneswar

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ 

ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆବଣ୍ଟନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

କ) ୨୦୧୮-୧୯ ଆର୍ଥିକ ବର୍ଷରେ ନାବାର୍ଡ ଜରିଆରେ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) (ଏସବିଏମ-ଜି) ଲାଗି ଅତିରିକ୍ତ ବଜେଟ ସମ୍ବଳ (ଇଭିଆର) (ସମ୍ପୂର୍ଣ୍ଣ ଭାବେ ସରକାରୀ ସେବା ବଣ୍ଡ) ଆକାରରେ ୧୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ବୃଦ୍ଧି କରାଯିବ ।

- Advertisement -

ଖ) ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତ୍ତା କେନ୍ଦ୍ର ନାମକ ସୋସାଇଟି କାର୍ଯ୍ୟ ସମ୍ପ୍ରସାରଣକୁ ଅଧିକୃତ କରିବା, ଏସବିଏମ (ଜି) ନିମନ୍ତେ ଇଭିଆର ପାଣ୍ଠି ପାଇବା, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ଏଜେନ୍ସିଗୁଡ଼ିକ ଲାଗି ଆବଂଟନ ଏବଂ ଏହାର ପୁନଃପରିଶୋଧ କରାଯିବ ।

ଗ) ‘ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତ୍ତା କେନ୍ଦ୍ର’ର ନାମ ବଦଳାଇ ‘ରାଷ୍ଟ୍ରୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତ୍ତା କେନ୍ଦ୍ର’ କରାଯିବ ।

ପ୍ରଭାବ :

ଏହି ନିଷ୍ପତ୍ତି ଦ୍ୱାରା ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଏବଂ ଏସଏଲଡବ୍ଲୁଏମ ଗତିବିଧି ଲାଗି ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଭ ପାଇବାବ ଲାଗି ଯୋଗ୍ୟ ପାଖାପାଖି ୧.୫ କୋଟି ଗ୍ରାମୀଣ ଘରକୁ ଫାଇଦା ହେବ ।

ସାରା ଦେଶରେ ଗ୍ରାମଗୁଡ଼ିକୁ ଖୋଲା ମଳମୁକ୍ତ ମାନ୍ୟତା ପାଇବା ଏବଂ ଏହାକୁ ବଜାୟ ରଖିବା ଲାଗି ପାଣ୍ଠିର ଉପଯୋଗ କରାଯିବ ।

ଜଡ଼ିତ ଖର୍ଚ୍ଚ :

ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ଋଣ ଆବଣ୍ଟନର ତାରିଖଠାରୁ ୧୦ ବର୍ଷର ଶେଷ ପର୍ଯ୍ୟନ୍ତ ଏକାକୀ ପରିଶୋଧ ରୂପରେ ନାବାର୍ଡକୁ ୧୫ ହଜାର କୋଟି ଟଙ୍କାର ଋଣ ପୁନଃ ପଇଠ କରାଯିବ ।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ବାସ୍ତବିକ ଆବଶ୍ୟକତା/ଖର୍ଚ୍ଚ ଉପରେ ବିଚାର କରିବା ପରେ ନାବାର୍ଡ ଜରିଆରେ ଇଭିଆର ପାଣ୍ଠିକୁ ବୃଦ୍ଧି କରାଯିବ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର କାର୍ଯ୍ୟ ସଂସ୍ଥାଗୁଡ଼ିକୁ ଜାରି କରାଯିବ । ଏସବିଏମ (ଜି) ଲାଗି ପାଣ୍ଠି ହାସଲ କରିବା ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଏହାର ଆବଂଟନ ଏବଂ ଋଣ ଏବଂ ସୁଧ ଦରର ପୁନଃପରିଶୋଧ ସମ୍ବନ୍ଧରେ ଜାତୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତ୍ତା କେନ୍ଦ୍ର ପ୍ରାପ୍ତକର୍ତା ଏଜେନ୍ସି ଭାବେ କାର୍ଯ୍ୟ କରିବ ।

ଏହିପରି ନିର୍ଦ୍ଧାରିତ ସମୟ ସମୀ ଭିତରେ ଏସବିଏମ (ଜି)ର ଲକ୍ଷ୍ୟ ପ୍ରାପ୍ତି ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଲାଗି ନିର୍ଦ୍ଧାରିତ ସମୟରେ ଉଚିତ ପାଣ୍ଠି ପ୍ରଦାନ କରିବାରେ ସହାୟତା ମିଳିବ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories