www.samajalive.in
Wednesday, December 10, 2025
26.1 C
Bhubaneswar

ହ୍ରିତିକ୍‌ଙ୍କ ବଡ଼ ସଫଳତା – ଧୂମପାନ ତ୍ୟାଗ

ନୃତ୍ୟ କରିବାର ବିଶେଷ ଅନ୍ଦାଜ୍ ପାଇଁ ହ୍ରିତିକ୍‌ ରୋଶନ୍‌ଙ୍କ ରେକର୍ଡ ଏପର୍ଯ୍ୟନ୍ତ ସିନେଜଗତରେ କେହି ଭାଙ୍ଗିପାରୁନାହାନ୍ତି। କ୍ରିଶ୍‌ର ଏହି କଳାକାର ଅଭିନୟ ସହ ନିଜ ବ୍ୟକ୍ତିଗତ ଜୀବନ ଓ ସ୍ବାସ୍ଥ୍ୟ ସଚେତନତା ପାଇଁ ମଧ୍ୟ ରୀତିମତ ଚର୍ଚ୍ଚାରେ ରହନ୍ତି। କଲେଜ ପଢ଼ା ସମୟରୁ ହ୍ରିତିକ୍ କୁସଙ୍ଗରେ ପଡ଼ି ଧୂମପାନ କଲେ, ବାପା ରାକେଶ ରୋଶନ୍‌ଙ୍କ କଡ଼ା ତାଗିଦ୍‌ ସତ୍ତ୍ବେ ହ୍ରିତିକ୍ ଏଇ ବଦଭ୍ୟାସକୁ ଛାଡ଼ିପାରିଲେନି। ଅଭିନେତା ହେବା ପରେ ଧୂମପାନ ଅଧିକରୁ ଅଧିକ ହେଲା, ସମୟ ଏପରି ଆସିଲା ଯେ ସେ ଗୋଟିଏ ଦିନରେ ୩୦-୪୦ ସିଗାରେଟ୍ ପିଇଲେ। କ୍ରିଶ୍ ମୁକ୍ତିଲାଭ ସମୟରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ, ଧୂମପାନ କାରଣରୁ ତାଙ୍କ ମସ୍ତିଷ୍କ ପ୍ରଭାବିତ ହେବା ସହ ଅନ୍ୟାନ୍ୟ ରୋଗ ଆରମ୍ଭ ହେଲା। ଡାକ୍ତର ସଚେତନ କରାଇଦେଲେ ଏବେଠାରୁ ସଚେତନ ନ ହେଲେ ପରିସ୍ଥିତି ଆଗାମୀ ଦିନରେ ଭୟାବହ ହେବ। ହ୍ରିତିକ୍ ଭାବିଲେ, ଧୀରେଧୀରେ ଏଇ ବଦଭ୍ୟାସକୁ କମ୍ କରିବେ, ହେଲେ ସେଥିରେ ସେ ସଫଳ ହୋଇପାରିଲେନି। ମୃତ୍ୟୁର ଭୟରେ ସେ ବଞ୍ଚିବାକୁ ଚାହୁଁନଥିଲେ କିନ୍ତୁ ସିଗାରେଟ୍‌ର ବିଷ ଜାଲରୁ ମୁକୁଳିପାରୁନଥିଲେ ମଧ୍ୟ। ଦିନେ ତାଙ୍କ ପୂର୍ବ ପତ୍ନୀ ସୁଜାନେ ହ୍ରିତିକ୍‌ଙ୍କୁ ଭେଟିବାକୁ ଆସିଲେ, ସାଥିରେ ଏକ ବହି ଉପହାର ଭାବେ ଆଣିଥିଲେ। ଯିବା ପୂର୍ବରୁ ସେ କହିଲେ ଡୁଗୁ(ହ୍ରିତିକ୍‌ଙ୍କ ଡାକ ନାମ) ଆମ ସମ୍ପର୍କ ଭାଙ୍ଗିଯାଇଛି, ହେଲେ ପୂର୍ବଭଳି ଏବେ ବି ଆମେ ଦୁହେଁ ଭଲ ବନ୍ଧୁ। ସାଙ୍ଗ ଭାବେ ଏତିକି ଅନୁରୋଧ ଯେ ଏହି ବହିଟିକୁ ଯେମିତି ହେଉ ପଢ଼। ଆଲାନ୍ କାଲର୍‌ଙ୍କ ‘ଇଜି ୱେ ଟୁ କ୍ବିଟ୍ ସ୍ମୋକିଙ୍ଗ୍‌’ ବହିକୁ ହିତ୍ରିକ୍ ପଢ଼ିବା ଆରମ୍ଭ କରି ସବୁ ନିୟମକୁ ପାଳନ କଲେ, ୬ ମାସ ପରେ ହ୍ରିତିକ୍‌ ଧୂମପାନ ଠାରୁ ଦୂରେଇଯାଇଥିଲେ। ଏହା ପରେ ତାଙ୍କର ଆଉ କେବେ ମଧ୍ୟ ସିଗାରେଟ୍ ପିଇବାକୁ ଇଚ୍ଛା ହୋଇନଥିଲା। ସିନେମା ହିଟ୍ ହେବା ଠାରୁ ଏଇ ସଫଳତାରେ ଅଧିକ ଖୁସି ହୋଇଥିବାର କହିଥିଲେ ହ୍ରିତିକ୍। ସିନେଜଗତର ତାଙ୍କର ଅନ୍ୟ ୨ ଘନିଷ୍ଠ ବନ୍ଧୁ ଶାହରୁଖ ଖାନ୍, ଫରହାନ୍ ଅଖତର୍‌ଙ୍କୁ ମଧ୍ୟ ଏଇ ବହିକୁ ଉପହାର ଭାବେ ଦେଇଥିଲେ। କାରଣ ଏଇ ଦୁଇଜଣ ସିଗାରେଟ୍ ଦିନକୁ ୭୦-୮୦ଟି ପିଇଥାନ୍ତି। ହେଲେ ଶାହରୁଖ୍, ଫରହାନ୍ ଏଇ ବହି ପଢ଼ିବାରେ ଆଦୌ ଆଗ୍ରହ ପ୍ରକାଶ କରିନଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories