www.samajalive.in
Tuesday, December 9, 2025
17.1 C
Bhubaneswar

ପୁରୁଣା ଅବ୍ୟବହୃତ ଶୌଚାଳୟ ପାଲଟିଲା ଆର୍ଟ ଗ୍ୟାଲେରୀ: ଦେଖିବା ପାଇଁ ଲୋକଙ୍କ ଭିଡ଼, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ ଆମେ ପୁରୁଣା ବେକାର ପଡ଼ିଥିବା ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେଇନଥା’ନ୍ତି। ଯଦି ଧ୍ୟାନ ପଡ଼ିିଯାଏ ତାହେଲେ ତାକୁ ହଟାଇ ଦେଇଥାଉ। କିନ୍ତୁ ଦୁନିଆରେ ଏମିତି କଳାକାର ମଧ୍ୟ ଅଛନ୍ତି, ଯେଉଁମାନେ ପୁରୁଣା ବେକାର ଜିନିଷକୁ ନୂଆ ରୂପ ପ୍ରଦାନ କରିଦିଅନ୍ତି। ଠିକ୍‍ ଏମିତି ହିଁ କିଛି ଦେଖିବାକୁ ମିଳିଛି ତାମିଲନାଡ଼ୁର ଉଟୀ ସହରରେ। ଏଠାରେ ଦୀର୍ଘ ଦିନ ଧରି ଏକ ଶୌଚାଳୟ ବନ୍ଦ ପଡ଼ିଥିଲା। ବେକାର ହୋଇ ପଡ଼ିଥିବା ଏହି ଶୌଚାଳୟ ବର୍ତ୍ତମାନ ପାଲଟିଯାଇଛି ଆର୍ଟ ଗ୍ୟାଲେରୀ। ଏହାପରଠୁ ସେଠାରେ ଲୋକଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେଉଛି।

- Advertisement -

କିଛି କଳାକାର ଏକାଠି ହୋଇ ଏହି କାମ କରିଛନ୍ତି। ଏହାର ଭିଡିଓ ଆଇଏଏସ୍‍ ଅଧିକାରୀ ସୁପ୍ରିୟା ସାହୁ ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି ଯେ, ଏକ ଅବ୍ୟବହୃତ ଶୌଚାଳୟ ଗୃହକୁ କଳା ପ୍ରଦର୍ଶନୀ କେନ୍ଦ୍ର(ଆର୍ଟ ଏକ୍‍ଜିବିଶନ୍‍ ସେଣ୍ଟର)ର ରୂପ ଦିଆହୋଇଛି। ଏହାର ନାମ ରହିଛି ‘ଦି ଗ୍ୟାଲେରୀ ୱାନ୍‍ ଟୁ’। ମହାନଗର ନିଗମ ପକ୍ଷରୁ ନିକଟରେ ଏକ ନୂଆ ଶୌଚାଳୟ ତିଆରି କରାଯାଇଛି ଓ ସେହି ପୁରୁଣା ଶୌଚାଳୟ ଗୃହକୁ ଆର୍ଟ ଗ୍ୟାଲେରୀ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।

ସୂଚନା ମୁତାବକ, ଆର୍ଟ ଗ୍ୟାଲେରୀରେ ଏକ ଲାଇବ୍ରେରୀ ମଧ୍ୟ ତିଆରି କରାଯାଇଛି। ଏହି ଲାଇବ୍ରେରୀ ସ୍ଥାନୀୟ ଲୋକଙ୍କ ପାଇଁ ମାଗଣା। କଳାକାରଙ୍କ ଏହି କାମକୁ ଲୋକେ ଖୁବ୍‍ ପସନ୍ଦ କରିଛନ୍ତି ଓ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ, ଭିଡିଓ ମଧ୍ୟ ଶେୟାର କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories