ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟରେ ଆଜି ରାତି ସାଢ଼େ ୯ଟା ସମୟରେ ଦୃତ ଗତିରେ ଯାଉଥିବା ଏକ ପିକଅପ୍ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ପହଞ୍ଚି ଓଲଟି ପଡ଼ିଥିବା କାଠ ବୋଝେଇ ପିକଅପଟିକୁ ଜଗି ରହିବା ସହ ଚାଳକକୁ ଅଟକ ରଖିଛନ୍ତି । ତୁରୁମୁଙ୍ଗା ପୁଲିସ ପକ୍ଷରୁ ବନ ବିଭାଗକୁ ଖବର ଦିଆଯିବା ପରେ ଏସିଏଫ୍ ଅଜୟ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ସହ ବନ ବିଭାଗ ଟିମ୍ ତୁରୁମୁଙ୍ଗା ଯାଇ ଓଲଟି ପଡ଼ିଥିବା କାଠ ବୋଝେଇ ପିକ୍ଅପଟିକୁ ଜବତ କରିଥିବା ଜଣାପଡିଛି । ପିକଅପ୍ ଭଣ୍ଡା ଅଞ୍ଚଳରୁ କାଠ ବୋଝେଇ କରି ଚଢେଇଭୋଳ ଯାଉଥିବା ସୂଚନା ମିଳିଛି।
Popular Categories



