www.samajalive.in
Thursday, December 11, 2025
26.1 C
Bhubaneswar

ରେଳ ଗାଡ଼ି ଓ ଷ୍ଟେସନ୍‍ରେ ମୌଳିକ ଚିକିତ୍ସା ସୁବିଧା ଅଭାବ ଅକ୍ଷମଣୀୟ ଭୁଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରେଳ ଯାତ୍ରା ସମୟରେ ଗତ ତିନି ବର୍ଷ ମଧ୍ୟରେ ଅସୁସ୍ଥତା ଓ ଅନ୍ୟ କାରଣରୁ ୧୬ଶହ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରେଳବାଇ ପକ୍ଷରୁ ରେଳ ଗାଡ଼ିରେ ବା ଷ୍ଟେସନ୍‍ରେ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇ ନଥିବାରୁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଏ ନେଇ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ରେଳବାଇକୁ ଭର୍ତ୍ସନା କରିଛନ୍ତି। ଜଣେ ଯାତ୍ରୀ ଷ୍ଟେସନ୍‍ରେ ଅସୁସ୍ଥ ହୋଇପଡ଼ିବା ଓ ଦୀର୍ଘ ୪ଘଣ୍ଟା କାଳ ସେଠାରେ ପଡ଼ିରହିବା ସତ୍ତ୍ବେ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନ ପାରିବା ଚିନ୍ତାଜନକ। ରେଳଗାଡ଼ିରେ ବା ଷ୍ଟେସନ୍‍ରେ ମୌଳିକ ପ୍ରାଥମିକ ଚିକିତ୍ସା(ଫାଷ୍ଟ ଏଡ୍‍) ବ୍ୟବସ୍ଥା ନ ରହିବା ‘ଅକ୍ଷମଣୀୟ ଭୁଲ୍‍’ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ବିଜୟୱାଡ଼ା ଷ୍ଟେସନ୍‍ରେ ରେଳ ଗାଡ଼ିରୁ ଓହ୍ଲାଇବା ସମୟରେ ହୃଦ୍‍ଘାତର ଶିକାର ହୋଇ ଚିକିତ୍ସା ସୁବିଧା ନପାଇ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଆଦେଶ ଦେଇଥିଲେ। ଫେବୃଆରୀ ୨୦ରେ ଜାତୀୟ ଖାଉଟି ସୁରକ୍ଷା ଆୟୋଗ ଏହି ଆଦେଶକୁ ବଳବତ୍ତର ରଖିବା ପ୍ରତିବାଦରେ ରେଳବାଇ ବୋର୍ଡ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ଏହାର ଶୁଣାଣିବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଉପରୋକ୍ତ ଭାବେ ଭର୍ତ୍ସନା କରିଛନ୍ତି। ଏଥିସହିତ ରେଳଗାଡ଼ିରେ ବା ଷ୍ଟେସନ୍‍ରେ ମୌଳିକ ଚିକିତ୍ସା ସୁବିଧା ରହିଲେ ହୁଏତ ଯାତ୍ରୀଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ ବୋଲି ପୀଠ ମତ ଦେଇଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories