www.samajalive.in
Monday, December 8, 2025
24.1 C
Bhubaneswar

ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ନିର୍ମାଣର ସ୍ଥାୟିତ୍ୱ ବୃଦ୍ଧି ସମ୍ଭବ -ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ଟେକ୍ନୋଲୋଜିର ଯୁଗ । ସାଧାରଣ ଭାବେ ଯାହା ସମ୍ଭବ ନୁହେଁ ତାହା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଖୁବ୍‌ କମ‌ ସମୟ ମଧ୍ୟରେ ସମ୍ଭବ ହୋଇପାରୁଛି । ନିର୍ମାଣ କ୍ଷେତ୍ରରେ ଆଜି ଆମ ଇଂଜିନିୟରମାନେ ନିଜର ଜ୍ଞାନ ଓ ବୁଦ୍ଧିକୁ ପ୍ରୟୋଗ କରି ବହୁ ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି। ତେବେ ନିର୍ମାଣର ସ୍ଥାୟିତ୍ୱକୁ ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଉପରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗୁରୁତ୍ୱ ଆରୋପ କରିଛନ୍ତି ।
ନିର୍ମାଣ ସୌଧଠାରେ ‘ସ୍ମାର୍ଟ ଅଣ୍ଡର ୱାଟର ଇନ୍‌ସପେକ୍‌ସନ ସଲୁ୍ୟସନ୍‌ଦ ଶୀର୍ଷକ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପନ୍ତ୍ରୀ ଶ୍ରୀ ପଲ୍ଲିକ ନିର୍ମାଣ ଇଂଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇ ପାରମ୍ପରିକ ପଦ୍ଧତି ସହ ସମୟ ଅନୁସାରେ ନୂଆ ଜ୍ଞାନକୌଶଳକୁ କର୍ମକ୍ଷେତ୍ରରେ ଆପଣାଇବାକୁ ପରାପର୍ଶ ଦେଇଥିଲେ ।

ଏହି ଉପସ୍ଥାପନ କାର୍ଯ୍ୟକ୍ରମରେ ପ୍ଲାନିଜ୍‌ ଟେକ୍‌ନୋଲୋଜିସ୍‌ର ପରାମର୍ଶଦାତା ପି.ଏ. କି୍ରଷ୍ଣନ୍‌ ଯୋଗଦେଇ ନୂତନ ଜ୍ଞାନକୌଶଳ ଦ୍ୱାରା ନଦୀ, ସମୂଦ୍ର ଏବଂ ଗଭୀର ଜଳ ମଧ୍ୟରେ ଥିବା ବିଭିନ୍ନ ନିର୍ମାଣ ଯାଞ୍ଚ, ପରୀକ୍ଷଣ ଓ ମରାମତି ଆଦି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଂଜିନିୟର ଇନ୍‌ ଚିଫ୍‌ (ସିଭିଲ)ଅନୀଲ କୁପାର ତ୍ରୀପାଠି , ଚିଫ୍‌ ଇଂଜିନିୟର(ଡିଜାଇନ୍‌)ଡଃ ଏନ୍‌. ସି. ପାଲ, ଚିଫ୍‌ ଇଂଜିନିୟର (ରୋଡ୍ସ)ଏମ.ଆର.ମିଶ୍ର, ଚିଫ୍‌ ଇଂଜିନିୟର (ୱାର୍ଲଡ ବ୍ୟାଙ୍କ) ପି.କେ.ପାତ୍ରଙ୍କ ସପେତ ବହୁ ବରିଷ୍ଠ ଅଧିକାରୀ ଓ ଇଂଜିନିୟରମାନେ ଉପସ୍ଥିତ ଥିଲେ ।
 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories