ହ୍ୱାଟସଆପ୍ର ନୂଆ ଫିଚର୍ , ଏକାଥରକେ ୪ ଜଣ କରିପାରିବେ ଭିଡିଓ କଲିଂ
ନୂଆଦିଲ୍ଲୀ : ହ୍ୱାଟସ୍ଆପ୍ ଏହାର ନୂଆ ଅପ୍ଡେଟ୍ରେ ଏକାଥରକେ ୪ ଜଣ ଭିଡିଓ କଲିଂ କରିବା ଫିଚର ଆଣିଛି । ପୂର୍ବୁର ୨ ଜଣ ଭିଡିଓ କଲ କରିପାରୁ ଥଲେ । ଏବେ ୪ ଫୋନ୍ରେ ୪ ଜଣ ଏକାଥରକେ ଭିଡିଓ କଲିଂ କରି ପାରିବେ । ଜଣେ କଲର ଥରେ ଜଣଙ୍କୁ କଲ୍ କରିବା ପରେ ଆଉ ଦୁଇ ଜଣଙ୍କୁ ବି ଏଥିରେ ସାମିଲ କରିପାରିବ ।
ଏହି ସୁବିଧା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଅପରେଟିଙ୍ଗ ସଫ୍ଟଓ୍ୱାରେରେ ଉପଲବ୍ଧ ହେଉଛି । ପ୍ରତି ମାସରେ ୧୫୦ କୋଟିରୁ ଅଧିକ ବ୍ୟବହାରକାରୀ ହ୍ୱାଟସ୍ଆପ୍ର ବ୍ୟବହାର କରିଥାଆନ୍ତି । ଦୂରରେ ଓ ବିଦେଶରେ ରହୁଥିବା ସମ୍ପର୍କୀୟ ଓ ବନ୍ଧୁଙ୍କସହ ଅଡିଓ ଓ ଭିଡଓ କଲିଂ କରିବାର ଏହା ପ୍ରାଥମିକ ସାଧାନ ହୋଇ ପାରିଛି ।