www.samajalive.in
Monday, December 8, 2025
24.1 C
Bhubaneswar

ବରପାଲି ଆଦିବାସୀ ସଂଘର ଚେତାବନୀ

ବରପାଲି : ବରପାଲି ବ୍ଲକ ଆଦିବାସି ସଂଘ ପକ୍ଷରୁ ଏକ ଆଲୋଚନା ସଭା ସଂଘ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି। ବ୍ଲକ ସଭାପତି ଧରମରାଜ ସିଂ ବରିହାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଜିଲ୍ଲା ସଂଘ ସଭାପତି ପାଣ୍ଡବ ବରିହା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସଭାରେ ଜିଲ୍ଲାର ବିଭିନ୍ନ ବିଲକର ସଭାପତି ଓ କର୍ମକର୍ତ୍ତା ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ବରପାଲି ବ୍ଲକ ସହ ବରମକେଲା ପଞ୍ଚାୟତରେ ହେଉଥିବା ବିଭିନ୍ନ ସମସ୍ୟା ଓ ସରକାରି ଯୋଜନାର ଖୋଲାଖୋଲି ଉଲଘଂନ ବିଷୟକୁ ନେଇ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳ ଉନ୍ନୟନ ଯୋଜନାରେ ତୋଷାରପାତ ନିତୀ, ଆଦିବାସୀ ଓ ହରିଜନ ଜଳ ଜଙ୍ଗଳ ଓ ଜମି ଅଧି୍କାରରୁ ବଂଚୁତ ରଖିବା,ଆବାସ ଗୃହରେ ଦୁର୍ନୀତି,ଭୂମିହିନଙ୍କୁ ଜମିପଟ୍ଟା ପ୍ରଦାନରେ ଜାଣିଶୁଣି ଅବହେଳା ପଦର୍ଶନ। ଭିନ୍ନକ୍ଷମ ଓ ବୟଷ୍କ ବିଧବା ମହିଳା ମାନଙ୍କ ଭତ୍ତା ପ୍ରଦାନରେ ଦୁର୍ନୀତି, ଜମି ଚିହ୍ନଟ ପ୍ରକ୍ରିୟାରେ ଆଇନ ନାଁରେ ଧୋକାବାଜି ସହ ବିଭିନ୍ନ ସମସ୍ୟାକୁ ନେଇ ବିଶୃତ ଭାବରେ ସମୀକ୍ଷା କରାଯାଇଥିଲା। ସେହିପରି ଆଗାମୀ ଡ଼ିସେମ୍ବର ବିରତା ଦିବସ ଅବସରରରେ ସହିଦ ମାଧୋ ସିଂଙ୍କ ଜନ୍ମପିଠରେ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ସାମିଲ ହୋଇ କୋଭିଡ଼ କଟକଣାକୁ ସମ୍ମାନ ଜଣାଇ ଉତ୍ସବଟି ପାଳନ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା। ଆଲୋଚନାରେ ଉପଦେଷ୍ଟା ଦୁର୍ଯୋଧନ ଜମିଦାର, କ୍ଷମାନିଧି ନାଇକ,ପୁରନ୍ଦର ସିଂ,ଅଜିତ ରାଏ,ଜନାର୍ଦ୍ଦନ ବରିହା,ଭାଗବତ ମିର୍ଦ୍ଧା,ପ୍ରହଲ୍ଲାଦ ବିଶି,କୁମର ଭୁଏ,ଅଞ୍ଜଳି ମିର୍ଦ୍ଧା,ଆହ୍ଲାଦିନୀ ମଲ୍ଲିକ, ଇଶ୍ୱର ବିଶି,ଦୁର୍ଜନ ସିଂ,ମାଖୁନୁ ବରିହା ପ୍ରମୁଖଙ୍କ ସହ ବିଭିନ୍ନ ବ୍ଲକର ସଦସ୍ୟ ଓ ସଦସ୍ୟା ମାନେ ସାମିଲ ହୋଇ ନିଜ ଅଚଂଳର ସମସ୍ୟା ଉପରେ ଆଲୋକପାତ କରଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories