www.samajalive.in
Sunday, December 7, 2025
16.1 C
Bhubaneswar

କୋର୍ଟଙ୍କ ଅସନ୍ତୋଷ ପରେ ପୁଲିସ ଅଧିକାରୀ ଫେରାଇଲେ ମୁଖ୍ୟମନ୍ତ୍ରୀ ପଦକ

ମଣିପୁରର ଅତିରିକ୍ତ ପୁଲିସ ଅଧିକ୍ଷକ ଥୋନାଓଜମ ବୃନ୍ଦା ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ବିଜେପି ନେତା ନିର୍ଦ୍ଦୋଷରେ ଖଲାସ ହେବା ଏବଂ ତଦନ୍ତରେ ଅବହେଳା ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ‘ମୁଖ୍ୟମନ୍ତ୍ରୀ ପଦକ’ ଫେରାଇ ଦେଇଛନ୍ତି। ଏଏସପି ବୃନ୍ଦ ଏହି ଡ୍ରଗ୍ସ ମାମଲାର ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା। ବିଜେପିର ଜଣେ ଏଡିସି ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଛ’ ଜଣ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ସମ୍ପୃକ୍ତ ମହିଳା ପୁଲିସ ଅଧିକାରୀ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କୁ ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ନ୍ୟାୟାଳୟଙ୍କ ଆଦେଶ ପରେ ସେ ଏହି ପଦକ ଫେରସ୍ତ କରୁଛନ୍ତି। ତେବେ ଅଦାଲତ ଏହି ମାମଲାର ଯାଞ୍ଚ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ। ଅତିରିକ୍ତ ପୁଲିସ ଅଧିକ୍ଷକ ଥୋନାଓଜମ ବୃନ୍ଦାଙ୍କୁ ୨୦୧୮ ଅଗଷ୍ଟ ୧୩ରେ ଦେଶଭକ୍ତ ଦିବସ ଅବସରରେ ରାଜ୍ୟ ସରକାରଙ୍କ ନିଶାଦ୍ରବ୍ୟ ବିରୋଧୀ ଲଢେଇରେ ସକ୍ରିୟ ଯୋଗଦାନ ପାଇଁ ମୁଖ୍ୟମନ୍ତ୍ରୀ ପଦକରେ ସମ୍ମାନିତ କରାଯାଇଥିଲା।

- Advertisement -

ସେହି ପୁଲିସ ଅଧିକାରୀ ଜଣଙ୍କ ସମ୍ମାନର ସହ ଏବଂ ଅଦାଲତଙ୍କ ନିଷ୍ପତ୍ତି ମୁତାବକ ପଦକ ଫେରସ୍ତ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ସେ ରାଜ୍ୟରେ ଅପରାଧି ନିୟନ୍ତ୍ରଣ କ୍ଷେତ୍ରରେ ଠିକ ଭାବରେ ନିଜ କାର୍ଯ୍ୟ କରିନାହାନ୍ତି ବୋଲି ଅନୁଭବ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦକ ପାଇଁ ନିଜକୁ ଯୋଗ୍ୟ ମଣୁ ନାହାନ୍ତି। ସେ ଲେଖିଛନ୍ତି ଯେ ଏହି ପଦକ ଅନ୍ୟ କୌଣସି ଯୋଗ୍ୟ ଓ ବିଶ୍ୱାସୀ ପୁଲିସ ଅଧିକାରୀଙ୍କୁ ଦିଆଯାଇ ପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories