www.samajalive.in
Monday, December 8, 2025
27.1 C
Bhubaneswar

ମକା ଖାଇ ପାଣି ପିଉଛନ୍ତି କି! ସାବଧାନ

ବର୍ଷାଦିନେ ମକା ଖାଇବା ଅନେକ ଲୋକଙ୍କୁ ପସନ୍ଦ ଥାଏ। ବର୍ଷାରେ ଲେମ୍ବୁ ଓ ଅନେକ ମସଲା ପକାଇ ମକା ଖାଇବାର ମଜା ଅଲଗା ପ୍ରକାର ଅଟେ। ଏହି ମକା କେବଳ ସ୍ୱାଦ ପାଇଁ ନୁହେଁ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ। କିନ୍ତୁ ପ୍ରାୟ ଲୋକ ମକା ଖାଇବା ପରେ ପାଣି ପିଇ ଦେଇଥାନ୍ତି। ଏପରି କରିବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ମକା ଖାଇବା ପରେ କ’ଣ ପାଇଁ ପାଣି ପିଇବା ଅନୁଚିତ୍‍ ..ବେଳେବେଳେ ଦେଖାଯାଇଥାଏ ଯେ, କେତେକ ବ୍ୟକ୍ତି ମକା ଖାଇବା ପରେ ତାଙ୍କ ପେଟ ଫୁଲିଯାଏ। ଏବଂ ପେଟ ସମସ୍ୟା ଦେଖାଯାଇଥାଏ। ମକା ଖାଇ ପାଣି ପିଇବା ଦ୍ୱାରା ଏପରି ସମସ୍ୟା ଦେଖା ଦେଇଥାଏ। ମକା ଖାଇ ପାଣି ପିଇବା ଦ୍ୱାରା ଏହାର ସିଧା ସଳଖ ପ୍ରଭାବ ଶରୀରର ପାଚନ ତନ୍ତ୍ର ଉପରେ ପଡିଥାଏ। ଏହାଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ।ମକା ଖାଇ ପାଣି ପିଇବା ଦ୍ୱାରା ମକାରେ ଥିବା ଶ୍ୱେତସାର ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ କିଛି ଲୋକଙ୍କୁ ଏସିଡିଟି, ପେଟ ଫୁଲିବା ଓ ପେଟ ସମସ୍ୟା ଦେଖା ଦେଇଥାଏ। ଏପରି ସମସ୍ୟା ହେଉଥିଲେ ମକା ଖାଇବା ପରେ ପାଣି ପିଅନ୍ତୁ ନାହିଁ।ମକା ଖାଇବାର ୪୦ରୁ ୪୫ମିନିଟ ପରେ ପାଣି ପିଇବା ଉଚିତ। ମକା ଖାଇବା ପରେ ଶୀଘ୍ର ପାଣି ପିଇବା ଦ୍ୱାରା ବର୍ଷାଦିନେ ପାଚନ କ୍ରିୟାରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଫଳରେ ଶରୀର ଶୀଘ୍ର ରୋଗଗ୍ରସ୍ତ ହେବା ସହ ସଂକ୍ରମଣ ପ୍ରଭାବରେ ଆସିଯାଇଥାଏ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories