www.samajalive.in
Monday, December 8, 2025
17.1 C
Bhubaneswar

ସୁସ୍ଥ ହେଲେ ଆଉ ୩୬୨ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୩୦୯କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୩୦୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦, ସୁନ୍ଦରଗଡ଼ରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡାରୁ ୨୦, ବାଲେଶ୍ବରରୁ ୧୯, ବରଗଡ଼ରୁ ୧୮, ଅନୁଗୋଳ, ମୟୂରଭଞ୍ଜ ଓ କଳାହାଣ୍ଡିରୁ ୧୭ ଜଣ ଲେଖାଁଏ ଏବଂ ସମ୍ବଲପୁରରୁ ୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ଯାଜପୁରରୁ ୧୪, ରାୟଗଡ଼ାରୁ ୧୩, ବଲାଙ୍ଗୀରରୁ ୧୧, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଞ୍ଜାମ, କେନ୍ଦ୍ରାପଡା ଓ ମାଲକାନଗିରିରୁ ୬ ଜଣ ଲେଖାଁଏ, ଭଦ୍ରକ ଓ ବୌଦ୍ଧରୁ ୪ ଜଣ ଲେଖାଁଏ, ନୟାଗଡ଼ ଓ ନୂଆପଡାରୁ ୩ ଜଣ ଲେଖାଁଏ, ଦେବଗଡ, ଢେଙ୍କାନାଳ, କୋରାପୁଟ ଏବଂ ନବରଙ୍ଗପୁରରୁ ୨ ଜଣ ଲେଖାଁଏ ଓ ଗଜପତିରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁରରୁ ଜଣେ ଏବଂ ଷ୍ଟେଟ ପୁଲରୁ ୯ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୩୦୯କୁ ବୃଦ୍ଧି ପାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories