www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତର ଚୂଡ଼ାନ୍ତ ଏକାଦଶ ଘୋଷଣା; ପୃଥ୍ବୀ, ଶାହାଙ୍କୁ ସୁଯୋଗ; ଗିଲ୍‌, ପନ୍ତ୍‌ ବାଦ୍‌

ଆଡିଲେଡ୍‌ : ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ ଲାଗି ଦିନକ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ୍‌ ଦଳ। ଅଭିଜ୍ଞ ୱିକେଟ ରକ୍ଷକ ଋଦ୍ଧିମାନ ଶାହାଙ୍କୁ ଦଳରେ ରଖା ଯାଇଥିବା ବେଳେ ଅଭ୍ୟାସ ମ୍ୟାଚରେ ଶତକ ଅର୍ଜନ କରିଥିବା ଋଷଭ ପନ୍ତ ବାଦ୍‌ ପଡ଼ିଛନ୍ତି। ଓପନର ଭାବେ ପୃଥ୍ବୀ ସ’ଙ୍କୁ ସ୍ଥାନମିଳିିଛି। ତେବେ ଭଲ ଫର୍ମରେ ଥିବା ଲୋକେଶ ରାହୁଲ ଓ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଶୁବ୍‌ମାନ ଗିଲ୍‌ ସୁଯୋଗ ପାଇନାହାନ୍ତି। ମୟଙ୍କଙ୍କ ସହ ପୃଥ୍ବୀ ଇନିଂସ ଓପନିଂ କରିବେ। ଫାଷ୍ଟ ବୋଲିଂ ବିଭାଗରେ ଉମେଶ ଯାଦବ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଦାୟିତ୍ବ ସମ୍ଭାଳିବେ। ଏକମାତ୍ର ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଖେଳିବେ।

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଏକାଦଶ
ପୃଥ୍ବୀ ସ’, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଦ୍ଧିମାନ ଶାହା (ୱିକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଉମେଶ ଯାଦବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories