www.samajalive.in
Wednesday, December 10, 2025
18.1 C
Bhubaneswar

ବନ୍ଦ ହେବ ଗଞ୍ଜାମର ୨ କୋଭିଡ୍‌ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦୁଇଟି କୋଭିଡ୍‌ ହସ୍ପିଟାଲ‌କୁ ବନ୍ଦ କରିଦେବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଭୟ ଅଶ୍ବିନ ଗ୍ରୁପ ଅଫ‌ ହସ୍ପିଟାଲ‌ ଏବଂ ହାଇଟେକ୍ ମେଡ଼ିକାଲ‌ କଲେଜ ଏବଂ ହସ୍ପିଟାଲ‌କୁ ଚିଠି ଲେଖିଛନ୍ତି । ଏଥି ସହ ଜିଲାପାଳ କୁଲାଙ୍ଗେ ଜିଲାରେ କରୋନା ନିୟନ୍ତ୍ରଣ ଏବଂ ଚିକିତ୍ସାରେ ଉଭୟ ହସ୍ପିଟାଲ‌ର ଅବଦାନକୁ ଅବିସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜିଲା ସ୍ତରୀୟ କରୋନା ମୁକାବିଲା ବୈଠକରେ ହସ୍ପିଟାଲ‌ଗୁଡ଼ିକ ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ନୂଆଁ ଆକ୍ରାନ୍ତ ସଂଖ୍ୟା ଖସିବାରେ ଲାଗିଛି । ହସ୍‌ପିଟାଲ୍‌ ବେଡ‌ ଖାଲି ପଡ଼ୁଛି । ଏଣୁ ଡିସେମ୍ବର ୨୦ ତାରିଖରୁ ଟାଟା କୋଭିଡ‌ ହସ୍ପିଟାଲ‌କୁ ବନ୍ଦ ରଖିବାକୁ ଏହାର ପରିଚାଳନା ଦାୟିତ୍ବରେ ଥିବା ହାଇଟେକ୍‌ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ଭର୍ତ୍ତି ନ କରିବାକୁ ନିର୍ଦେଶରେ ସ୍ପଷ୍ଟ କରାଯାଇଛି । ସେହିଭଳି ଡିସେମ୍ବର ୩୧ ତାରିଖରୁ ମେଡ଼ିକାଲ‌କୁ ବନ୍ଦ ରଖିବାକୁ ଅଶ୍ବିନୀ ଗ୍ରୁପ୍‌ ଅଫ୍‌ ହସ୍‌ପିଟାଲ୍‌କୁ ନିର୍ଦେଶ ଦିଆଯାଇଛି । ଡିସେମ୍ବର ୨୧ ତାରିଖରୁ ନୂଆ ଆକ୍ରାନ୍ତଙ୍କୁ ଭର୍ତ୍ତି ନ କରିବାକୁ ନିର୍ଦେଶରେ କୁହାଯାଇଛି । ଏନେଇ ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ, ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଅଧିକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ଜିଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୧୫ ତାରିଖ ସୁଦ୍ଧା ଜିଲାରେ ୨୧ହଜାର ୭୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ହଜାର ୪୫୫ଜଣ ସୁସ୍ଥ ହୋଇଛନ୍ତି । ୩୯ଜଣ ଚିକିତ୍ସିତ ହେଉଥିବା ବେଳେ ୨୪୬ଜଣଙ୍କ କରୋନା ଏବଂ ୮ଜଣଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଜିଲାରେ ସୁସ୍ଥ ହାର ୯୮.୭ପ୍ରତିଶତ ରହିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories