www.samajalive.in
Wednesday, December 10, 2025
26.1 C
Bhubaneswar

ବିହାରରେ ସମସ୍ତଙ୍କୁ ମାଗଣା କରୋନା ଟୀକା; କ୍ୟାବିନେଟ୍ ବୈଠକ ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାରରେ ସବୁ ଲୋକଙ୍କୁ ଦିଆଯିବ କରୋନା ଟୀକା, ଏଥିପାଇଁ ଲୋକଙ୍କୁ କୌଣସି ଖର୍ଚ କରିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ଏହି ଟୀକା ମାଗଣାରେ ପ୍ରଦାନ କରିବେ । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା ଘୋଷଣା କରିଛନ୍ତି । ସେହିପରି ବ୍ୟବସାୟ ନିମନ୍ତେ ଆଗ୍ରହୀ ଯୁବକଯୁବତୀଙ୍କୁ ମଧ୍ୟ ସରକାର ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୧% ସୁଧରେ  ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିହାର ସରକାର ୨୦ ଲକ୍ଷ ଚାକିରି ଯୋଗାଇବା ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏଥି ସହିତ ତାଲିମ ଗୁଣବତ୍ତା ବଢ଼ାଇବା ପାଇଁ  ପାଇଁ ଆଇଆଇଟି ଏବଂ ପଲିଟେକ୍ନିକ୍ ଅନୁଷ୍ଠାନରେ କେନ୍ଦ୍ର ସ୍ଥାପନ ପାଇଁ କ୍ୟାବିନେଟ୍ ମଧ୍ୟ ଏକ ପ୍ରସ୍ତାବ ପାରିତ କରିଛି। ଏହା ସହ ବୈଷୟିକ ପାଠ୍ୟକ୍ରମ ହିନ୍ଦିଭାଷାରେ ଦିଆଯିବାକୁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ସହରରେ ବୁଢ଼ାବୁଢ଼ିଙ୍କ ପାଇଁ ବହୁ ମହଲା ଅଟ୍ଟାଳିକା ବ୍ୟବସ୍ଥା କରାଯିବ ଏବଂ ଯୁବତୀମାନଙ୍କୁ ଇଣ୍ଟର ମିଡ଼ିଏଟ ପାସ କଲେ ୨୫୦୦୦ ଓ ସ୍ନାତକ ପାଠ୍ୟକ୍ରମ ​‌ଶେଷ କଲେ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କରାଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories