www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର  : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜିଠୁ ତିନି ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଆସିଛନ୍ତି ।  ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଜି ଭୁବନେଶ୍ୱରରୁ ରେଳ ଯୋଗେ ଆସି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚିଥିଲେ । ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରୁ ସେ ସଡକ ପଥ ଦେଇ ବରଗଡ଼ ଜିଲାକୁ ଗସ୍ତ କରିଥିଲେ । ବରଗଡ଼ ଠାରେ ଲହଣ୍ଡା ଧାନ ମଣ୍ଡି ପରିଦର୍ଶନ ସଙ୍ଗେ ସଙ୍ଗେ ବରଗଡ଼ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ । ସେଠାରୁ ଫେରିଲା ପରେ ସନ୍ଧ୍ୟା ରେ ସମ୍ବଲପୁର ବିଜେପି ଜିଲା କାର୍ଯ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ସନ୍ଧ୍ୟାରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଦଳୀୟ କାର୍ଯ୍ୟକ୍ରମରେ ଦଳର ବିଭିନ୍ନ ପଦାଧିକାରୀ ଓ ସମସ୍ତ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ । ଉପସ୍ଥିତ ଦଳୀୟ କର୍ମୀ ଓ ପଦାଧିକାରୀ ମାନକୁ  ସମୀର ମହାନ୍ତି ନିଜର ସମ୍ବୋଧନରେ କେନ୍ଦ୍ରୀୟ କୃଷି ବିଲ, କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା, ବହୁ ଚର୍ଚ୍ଚିତ ପରୀ ପ୍ରସଙ୍ଗ ସଙ୍ଗେ ସଙ୍ଗେ ଚାଷୀ ଆନ୍ଦୋଳନ, ଧନ ମଣ୍ଡି ର ଅବ୍ୟବସ୍ଥା, ଟୋକନ ସମସ୍ୟା, ଧାନ ର କଟନୀ ଛାଟନି ବିଷୟ ରେ ଅବଗତ କରେଇଥିବା ସହିତ କର୍ମୀ ଙ୍କୁ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସକ୍ରିୟ ହୋଇ ଦଳ ପାଇଁ କାମ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ହାତମୁଠା କୁ ଆହୁରି ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

- Advertisement -

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କର ଅଭିଭାଷଣ ରେ ସମ୍ବଲପୁର ମହାନଗର ନିଗମରେ ଚାଲିଥିବା ଅଫିସରରାଜ, ଦୁର୍ନୀତି, ଭ୍ରଷ୍ଟାଚାର, କୋଭିଡ ସମୟରେ ଜିଲ୍ଲା ରେ ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା, ରାଜ୍ୟ ର ଶିଶୁ ଅପହରଣ ବିଷୟ ରେ ଅବଗତ କରେଇବା ସହିତ ନିଜ ନିଜ ବୁଥ ଓ ମଣ୍ଡଳ ରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଓ ତୃଣମୂଳ ସ୍ତରରେ ଦଳ କୁ ସୁଦୃଢ଼ କରିବା ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲା ପ୍ରଭାରୀ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଆଗାମୀ ଦିନରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ଜିଲାର କର୍ମୀ ଓ ପଦାଧିକାରୀ ବହୁ ସଂଖ୍ୟାରେ ସକ୍ରିୟ ଭାବରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଜିଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜିଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅନିଲ ବେହେରା ପରିଚାଳନା କରିଥିବା ବେଳେ ଶେଷରେ  ରାଧେଶ୍ୟାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରି ନାଏକ ପୂର୍ବତନ କୁଚିଣ୍ଡା ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ ରାଜ୍ୟ ସମ୍ପାଦକ ଶୀମାଞ୍ଚଳ ଖଟେଇ, ଟଙ୍କଧର ତ୍ରିପାଠୀ ରାଜ୍ୟ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ଦାମୋଦର କର, ସମୀର ରଞ୍ଜନ ବାବୁ, ଶମ୍ବୁ ବାରେଲିଆ, ସୁଶାନ୍ତ କୁମାର ପୁରୋହିତ, ଗିରିଜା ସାହୁ, ଜୟନ୍ତ ଦାଶ, ବିଷ୍ଣୁ ରକ୍ଷିତ, ସରୋଜ କୁମାର ଘଡାଇ, ଅରବିନ୍ଦ ନାୟକ, ପ୍ରକାଶ ସାହୁ, ଚନ୍ଦ୍ର ଶେଖର ପଣ୍ଡା, ନରେନ୍ଦ୍ର କୁମାର ମିଶ୍ର, ସଞ୍ଜୀବ ବାରିକ, ସୁରେନ୍ଦ୍ର ପ୍ରଧାନ, କ୍ଷମାନିଧି ସାହୁ, ବିଦ୍ୟାଧର ମାଝୀ, ମନୋଜ ସ୍ୱାଇଁ, ସୁଶୀଲ କର, ପ୍ରଦୀପ କୁମାର ବେହେରା, ମୋହନ ପଣ୍ଡା, ମୋହନ ଦାଶ, ନିଲାମ୍ବାର ସିକନ୍ଦର, ଅନୁପ ମିଶ୍ର, ପ୍ରଦୀପ ବେହେରା, ମହମ୍ମଦ ହାସିମ, ଆଶିଷ ବାବୁ, ଶିବ ଦିୱାନ, ଶୁଭେନ୍ଦୁ ନାଏକ, ଅନ୍ନପୂର୍ଣ୍ଣା ବାରିକ, ରୁନୁ ପ୍ରଧାନ, ସୁଷମା ସାହୁ, ଶିତାକାନ୍ତି ମେସୁଆ, ସଂଯୁକ୍ତ ପ୍ରଧାନ, ବିଜୟଲକ୍ଷ୍ମୀ ଜେନା, ଶୀତା ଛୁରିଆ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସମସ୍ତ ମଣ୍ଡଳ ସଭାପତି, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଜିଲା ବିଜେପି ର ବହୁ ପଦାଧିକାରୀ ଓ କାର୍ଯ୍ୟକାର୍ତ୍ତା ଉପସ୍ଥିତ ରହିଥିଲେ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories