www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ

ବ୍ରାଉନ ବ୍ରେଡ଼ –
ଏହା ଅଟାରେ ପ୍ରସ୍ତୁତ ହୋଇଥିବାରୁ , ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ ବହୁ ଭିଟାମିନ ଯୋଗାଇଥାଏ।
ମହୁ –
ଖାଲି ପେଟରେ ଏକ ଗ୍ଲାସରେ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହା ଆମ ଶରୀରର ଖୁବ୍‍ ଉପକାର କରିଥାଏ। ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ। ଏକ ଗ୍ଲାସ ପାଣିରେ ସାମାନ୍ୟ ଲେମ୍ବୁ ସହ ମହୁ ମିଶାଇ ପିଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।
ରୁଟି –
ଅଟାରେ ରୁଟି ପ୍ରସ୍ତୁତ ହୋଇଥିବାରୁ ଏହାକୁ ମଧ୍ୟ ଖାଲି ପେଟରେ ଖାଇ ପାରିବେ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ହଜମ କ୍ରିୟାକୁ ମଧ୍ୟ ସଠିକ୍‍ ରଖିଥାଏ। ମାତ୍ର ଖାଲି ପେଟରେ ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
ଗଜାମୁଗ ବା ଗଜାବୁଟ –
ଏଥିରେ ଅଧିକ ପରିମାଣରେ ପ୍ରୋଟିନ, କ୍ୟାଲସିୟମ ଆଦି ରହିଛି। ଏହାକୁ ସକାଳେ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ହାଡ଼କୁ ସୁସ୍ଥ ରଖେ ଓ ହାଡ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
କାଜୁ, ପେସ୍ତା ବାଦାମ, ବାଦାମ –
ଏହାକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ବହୁ ଉପକାର ମିଳିଥାଏ। ଏହା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories