www.samajalive.in
Wednesday, December 10, 2025
26.1 C
Bhubaneswar

ଚାଷ ପାଇଁ ରଣ ନଦୀର ବହିଯାଉଥିବା ଜଳକୁ ବନ୍ଧ ପକାଇଲେ ଚାଷୀ

ବାଙ୍କୀ: ଡମପଡା ବ୍ଲକ ଅଧିନ ବିଲିପଡା, ଶିମିଳିପୁର, ହରିରାଜପୁର,ଦୁ ଲଣାପୁର, ଗଡଜିତ୍‍, ତାଳବସ୍ତ, ଗୋପାଳପୁର, ଢଁସର ପ୍ରମୁଖ ୮ପଞ୍ଚାୟତର ଜୀବନ ରେଖା କହିଲେ ମହାନଦୀର ଶାଖାନଦୀ ରଣନଦୀ। ଏହି ପଞ୍ଚାୟତ ଗୁଡିକ ରଣ ନଦୀର ଉଭୟ ପାର୍ଶ୍ବରେ ଅବସ୍ଥିତି ହେତୁ କୃଷି କ୍ଷେତକୁ ଜଳ ଯୋଗାଣରେ ଶାଖାନଦୀ ରଣନଦୀ ସହାୟ ହୋଇଥାଏ। ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଶାଖାନଦୀ ରଣନଦୀ ପ୍ରଭାବିତ ହୋଇ ହଜାର ହଜାର ହେକ୍ଟର ଚାଷଜମୀ ଜଳପ୍ଲାବିତ ହୋଇ ଫସଲ ନଷ୍ଟ ହେଲେ ମଧ୍ୟ ଗଚ୍ଛିତ ଥିବା ରଣନଦୀର ଜଳକୁ ବ୍ୟବହାର କରି ଚାଷୀ ମାନେ ବିଶେଷ ଚାଷ ଡାଳୁଅ ଧାନ ଚାଷ କରିଥାନ୍ତି। ପ୍ରାୟ ୫୮ରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ମାଧ୍ୟମରେ କ୍ଷେତକୁ ଜଳ ଯୋଗାଣ କରାଯାଇଥାଏ। ଏହି ଅଞ୍ଚଳରେ ପ୍ରତିବର୍ଷ ପ୍ରାୟ ୨ହଜାର ହେକ୍ଟରରୁ ଅଧିକ ଜମୀରେ ଡାଳୁଅ ଧାନ ଚାଷ କରାଯାଇଥାଏ। ପ୍ରତିବର୍ଷ ଚାଷ ପାଇଁ ଜଳ ତିରଟ ଧରିଲେ ଡ୍ରେନେଜ୍‍ ବିଭାଗ ପକ୍ଷରୁ ମହାନଦୀ ବାଲି ଖୋଳି ରଣନଦୀରେ ଜଳ ସଞ୍ଜୋଗ ବ୍ୟବସ୍ଥା କରାଯାଇ ହଜାର ହଜାର ହେକ୍ଟର ଡାଳୁଅ ଜମୀରେ ସୁନା ଫଳୁଥିବା ସମ୍ପର୍କରେ ପ୍ରମୁଖ ଚାଷୀ ମାନେ କହିଛନ୍ତି। ଚଳିତ ବର୍ଷ ଡାଳୁଅ ଧାନ ଚାଷ ପାଇଁ ଚାଷୀ କ୍ଷେତ ପ୍ରସ୍ତୁତ କରୁଥିଲା ବେଳେ ରଣନଦୀର ଗଚ୍ଛିତ ଜଳ ମହାନଦୀକୁ ବହିଯାଉଥିବା ହେତୁ ଜଳ ଶଙ୍କଟ ଆଶା କରି ଚାଷୀ ମାନେ ଏକାଠି ହୋଇ ରଣନଦୀ ଓ ମହାନଦୀର ସଞ୍ଜୋଗ ସ୍ଥଳରେ ବହିଯାଉଥିବା ପାଣିକୁ ବାଲିବସ୍ତା ପକାଇ ବନ୍ଧ କରିଛନ୍ତି। ପ୍ରମୁଖ ଚାଷୀ ଶରତ ମନ୍ତ୍ରୀ, ମୁରଲିଧର ମନ୍ତ୍ରୀ,କେଳୁଚରଣ ବେହେରା, ତାରେଶ୍ୱର ମନ୍ତ୍ରୀ,ରମେଶ ଚନ୍ଦ୍ର ପ୍ରଧାନ, ଭଜମନ ଗୁରୁ,ରବୀନ୍ଦ୍ର କୁମାର ରାଉତ, ଅଭିମନ୍ୟୁ ପ୍ରଧାନ ଓ ରଙ୍କନିଧି ପ୍ରଧାନଙ୍କ ନେତୃତ୍ୱରେ ବିଲିପଡା ପଞ୍ଚାୟତର ଶତାଧିକ ଚାଷୀ ରବିବାର ସକାଳେ ଏହି ବାଲିବନ୍ଧ ନିର୍ମାଣ କାର୍ଯ୍ୟରେ ସ୍ୱେଚ୍ଛାକୃତ ସାମିଲ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଏହାପରେ ପରେ ମହାନଦୀରୁ ବ୍ୟବସ୍ଥିତ ଭାବରେ ପ୍ରତିବର୍ଷ ପରି ଚଳିତ ବର୍ଷ ଡ୍ରେନେଜ୍‍ ବିଭାଗ ପକ୍ଷରୁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଜଳ ଯୋଗାଇବା ବ୍ୟବସ୍ଥା କରାଇଲେ ଅଞ୍ଚଳର ହଜାର ହଜାର କୃଷକ ଓ ଡାଳୁଅ ଫସଲ ବଞ୍ଚିଯିବ ବୋଲି ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ ଜଣାଇଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories