www.samajalive.in
Monday, December 8, 2025
13.1 C
Bhubaneswar

କରୋନା ସମୟରେ ୪ ଶିକ୍ଷକ ବଦଳି, ବିଇଓ ଅଫିସରୁ ଗାଏବ ହେଇଗଲା ଅର୍ଡ଼ର କପି

ତୁଷୁରା : କରୋନା ସମୟରେ ସ୍କୁଲ ବନ୍ଦ ରହିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ କିଛି ଶିକ୍ଷକଙ୍କ ବଦଳି କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନେଇ ବିଇଓ ଅଫିସରୁ ହୋଇଥିବା ଅର୍ଡ଼ର କପି ଅଫିସରୁ ଗାଏବ ହୋଇଯାଇଥିବା ଜଣାପଡ଼ିଛି। ଶିକ୍ଷକ ବଦଳି ନେଇ ଜିଲା ଶିକ୍ଷା ଅଧିକାରୀ ଗୁଡ଼ଭେଲା ବିଇଓଙ୍କୁ ରିପୋର୍ଟ ମାଗିଥିବା ସହ ରିପୋର୍ଟ ଆସିଲା ପରେ ହିଁ ବଦଳି ହୋଇଥିବା ଶିକ୍ଷକଙ୍କ ଉପରେ ବିଚାର କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କିଛି ମାସ ପାଇଁ ବଲାଙ୍ଗିର ଜିଲା ଗୁଡଭେଲା ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପୁଇଁନ୍ତଲା ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ ଗୁଡ଼ଭେଲା ବ୍ଳକର ୪ ଜଣ ଶିକ୍ଷକ ପ୍ରଶାନ୍ତ ରଣାଙ୍କୁ ଜାମୁଟ ଟିକିରିପଡ଼ା ୟୁପିଏସରୁ ଲିଖିରିଆ ୟୁପିଏସ, ଦୋଳଗୋବିନ୍ଦ ସାହୁଙ୍କୁ ଜାମୁଟ ୟୁପିଏସରୁ ଟେବଡ଼ାମୁଣ୍ଡା ୟୁପିଏସ, ଉତ୍ତମ ଦାସଙ୍କୁ ଜାମୁଟ ୟୁପିଏସରୁ ତାଣ୍ଡିଗାଁ ୟୁପିଏସ ଓ ସବ୍ୟସାଚୀ ଡ଼ାଙ୍ଗଙ୍କୁ ମୁଣ୍ଡାପଲା ପ୍ରାଇମେରୀ ସ୍କୁଲରୁ ମାଧିଆପାଲି ପ୍ରାଇମେରୀ ସ୍କୁଲକୁ ବଦଳି କରିଛନ୍ତି। କରୋନା କାଳରେ ସ୍କୁଲ ଦୀର୍ଘ ୮ ମାସ ହେଲା ବନ୍ଦ ରହିଥିବା ବେଳେ ବଦଳି ଖବର ଜଣାପଡ଼ିବା ପରେ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ପ୍ରକାର ଜରୁରୀକାଳୀନ କାର୍ଯ୍ୟ ହେବାକୁ ଥିବାରୁ ଏହି ଶିକ୍ଷକଙ୍କ ବଦଳି କରାଗଲା ବୋଲି ଚର୍ଚ୍ଚା ହେଉଛି। ଏନେଇ ଟଙ୍କା କାରବାର ହୋଇଥିବା କିଛି ଶିକ୍ଷକ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି।

- Advertisement -

ସୂଚନା ଅନୁସାରେ, ଗୁଡ଼ଭେଲା ବ୍ଳକ ଶିକ୍ଷାଧିକାରୀ ଅଖିଳ ଦୀପ ଗତ ମେ ମାସରେ ଅବସର ନେବା ପରେ ପୁଇଁନ୍ତଲା ବିଇଓ ଶ୍ରୀ ବାଗଙ୍କୁ ଗୁଡଭେଲା ବିଇଓ ଭାବେ ଅତିରକ୍ତ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟ ସରକାର ଇତିମଧ୍ୟରେ ଗୁଡଭେଲା ବ୍ଲକ ପାଇଁ ସ୍ଥାୟୀ ବିଇଓ ଭାବେ ସୁରେଶ କୁମାର ରାଉତରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ପୂର୍ବ ବିଇଓ ଶ୍ରୀ ବାଗ ଚଞ୍ଚକତା କରି ଶ୍ରୀ ରାଉତରାୟ କାର୍ଯ୍ୟରେ ଜଏନ କରିବା ଆଗରୁ (ଗତ ୨୦ ନଭେମ୍ବରରେ)୪ଜଣ ଶିକ୍ଷକଙ୍କୁ ଗୁଡ଼ଭେଲାର ଆଭ୍ୟନ୍ତରିଣ ଅଂଚଳରୁ ତୁଷୁରା ସହର ପାଖକୁ ଆସିବା ପାଇଁ ଅର୍ଡ଼ର କରିଛନ୍ତି। ପୂର୍ବ ବିଇଓ ଶ୍ରୀ ବାଗଙ୍କ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳି ପାରି ନାହିଁ।  ବର୍ତ୍ତମାନର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାଉତରାୟଙ୍କୁ ପଚାରିବାରୁ ପୂର୍ବ ବିଇଓ ବଦଳି କରିଥିବା ଅର୍ଡ଼ର କପି ଅଫିସରେ ମିଳୁ ନାହିଁ। ଯେଉଁ ଶିକ୍ଷକଙ୍କର ବଦଳି ହୋଇଛି ସେମାନେ କରିଥିବା ଆବେଦନର ନକଲ କପି କେବଳ ଫାଇଲରେ ମିଳିଛି। ଅନ୍ୟପକ୍ଷରେ ଯେଉଁ ଶିକ୍ଷକଙ୍କ ବଦଳି ହୋଇଛି ସେହି ସ୍ଥାନରେ ନୂତନ ଶିକ୍ଷକ ଦିଆଯାଇଛି କି ନାହିଁ ଜଣାପଡ଼ି ନଥିବା କହିଛନ୍ତି। ବଲାଙ୍ଗିର ଜିଲା ଶିକ୍ଷା ଅଧିକାରୀ ଏସଂପର୍କରେ ବିଇଓ ଅଫିସରୁ ସମସ୍ତ ରିପୋର୍ଟ ମାଗିଥିବା ସୂଚନା ଦେଇଛନ୍ତି। ଡିଇଓ ଧ୍ରୁବଚରଣ ବେହେରା କହିଛନ୍ତି ଯେ ଗୁଡ଼ଭେଲା ବିଇଓଙ୍କୁ ରିପୋର୍ଟ ମଗା ଯାଇଛି। ଯାଞ୍ଚ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ବୋଲି କହିଛନ୍ତି ଶ୍ରୀ ବେହେରା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories