www.samajalive.in
Wednesday, December 10, 2025
18.1 C
Bhubaneswar

୪ଟି ଦମ୍‌ଦାର ବାଇକ୍‌ ଯାହା ନିଜର ଶକ୍ତିଶାଳୀ ଇଞ୍ଜିନ ପାଇଁ ୨୦୨୦ରେ ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ

ଯଦି ଆପଣ ୨୦୦ ସିସିରୁ ଅଧିକ ଶକ୍ତିଶାଳୀ ଇଞ୍ଜିନ୍ ସହିତ ଏକ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ।  ଆଜି ଆମେ ଆପଣଙ୍କ ପାଇଁ ଏହିପରି ଚାରୋଟି ବାଇକ୍ ବିଷୟରେ କହିବୁ, ଯାହା ଏକ ଷ୍ଟାଇଲିସ୍ ଲୁକ୍ ସହିତ ଏକ ଶକ୍ତିଶାଳୀ ଇଞ୍ଜିନ ପ୍ରଦାନ କରେ । ଏହି ବାଇକ୍ ଗୁଡିକ ମଧ୍ୟରେ ରୟାଲ୍ ଏନ୍‌ଫିଲ୍ଡ ମିଟର୍ 350, ହୋଣ୍ଡା ହେନେସ୍ ସିବି 350 ରୁ KTM 250 ଡ୍ୟୁକ୍ ଏବଂ ୟାମାହା FZ 25 ରହିଛି ।

ତେବେ ଆସନ୍ତୁ ଜାଣିବା ଏହି ବାଇକ୍‌ ଗୁଡିକର କାର୍ଯ୍ୟଦକ୍ଷତା ଏବଂ ଏହାର ମୂଲ୍ୟ ବିଷୟରେ

- Advertisement -

ରୟାଲ୍ ଏନ୍‌ଫିଲ୍ଡ ମିଟର୍ 350

ରୟାଲ୍ ଏନ୍‌ଫିଲ୍ଡ ମିଟର୍ 350 ଜି-ସିରିଜର 349 ସିସି, 4-ଷ୍ଟ୍ରୋକ, ଏୟାର-ଅଏଲ୍‌ କୁଲ୍ଡ ଇଞ୍ଜିନ । ଏହାର ଇଞ୍ଜିନ୍ ସର୍ବାଧିକ 20.4 PS ପାୱାର ଏବଂ 27 Nm ପିକ୍‌ଅପ୍‌ ଜେନେରେଟ୍ଉ କରେ । ଏହା ଇଲେକ୍ଟ୍ରିକ୍ ଫ୍ୟୁଲ୍‌ ଇଞ୍ଜେକ୍ସନ୍ (EFI) ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହାର ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ରହିଛି ।

ମୂଲ୍ୟ- ରୟାଲ୍ ଏନ୍‌ଫିଲ୍ଡ ମିଟର୍ 350 ର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ୧.୭୫ ଲକ୍ଷ, ଯାହା ଏହାର ଟପ୍ ଏଣ୍ଡ୍ ଭାରିଆଣ୍ଟରେ ୧.୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

ହୋଣ୍ଡା ହେନେସ୍ ସିବି ୩୫୦

ହୋଣ୍ଡା ହେନେସ୍ ସିବି 350 ରେ ୩୪୮ ସିସି, ସିଙ୍ଗଲ୍ ସିଲିଣ୍ଡର, ଏୟାର-କୁଲ୍ଡ, 4-ଷ୍ଟ୍ରୋକ, OHC ଇଞ୍ଜିନ୍ ଅଛି । ଏହାର ଇଞ୍ଜିନ୍ 5,500 rpm ରେ 20.8bhp ର ସର୍ବାଧିକ ଶକ୍ତି ଏବଂ 3000 rpm ରେ 30Nm ର ପିକ୍‌ ଟର୍କ ସୃଷ୍ଟି କରେ । ଏହାର ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ସଜ୍ଜିତ ।
ମୂଲ୍ୟ: ହୋଣ୍ଡା ହେନେସ୍ ସିବି 350 ର DLX ପ୍ରୋ ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି 1.90 ଲକ୍ଷ ଟଙ୍କା । ଏହା ସହିତ ଏହାର DLX ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ 1.85 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

KTM 250 Duke

KTM 250 Duke BS6, ସିଙ୍ଗଲ୍ ସିଲିଣ୍ଡର, 4-ଭଲଭ୍, ଲିକୁଇଡ୍-କୁଲ୍ଡ, DOHC ଇଞ୍ଜିନ୍ ଦିଆଯାଇଛି । ଏହାର 248.8 ସିସି ଇଞ୍ଜିନ୍ 30PS ସର୍ବାଧିକ ଶକ୍ତି ଏବଂ 24Nm ପିକ୍‌ ଟର୍କ ସୃଷ୍ଟି କରେ ।
ମୂଲ୍ୟ- BS6 KTM 250 ଡ୍ୟୁକର ଦିଲ୍ଲୀର ଏକ୍ସ ଶୋ’ରୁମ୍ ମୂଲ୍ୟ ହେଉଛି 2.09 ଲକ୍ଷ ।

ୟାମାହା FZ 25

ୟାମାହା FZ 25 ରେ 249 ସିସି, 4-ଷ୍ଟ୍ରୋକ, ଏୟାର-କୁଲ୍ଡ, 2-ଭଲଭ୍, SOHC ଇଞ୍ଜିନ୍ ଅଛି । ଏହାର ଇଞ୍ଜିନ୍ 8000 rpm ରେ 20.8 PS ର ସର୍ବାଧିକ ଶକ୍ତି ଏବଂ 6000 rpm ରେ 20.1Nm ର ପିକ୍ ଟର୍କ ସୃଷ୍ଟି କରେ । ଏହାର ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ସଜ୍ଜିତ ।
ମୂଲ୍ୟ- 2020 FZ 25 ଏକ୍ସ ଶୋ’ରୁମ୍ ମୂଲ୍ୟ ହେଉଛି 1.52 ଲକ୍ଷ ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories