www.samajalive.in
Wednesday, December 10, 2025
18.1 C
Bhubaneswar

ପିସିସି ସଭାପତିଙ୍କ ଅଭିଯୋଗ: ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଦୋମୁହାଁ ଆଚରଣ କରୁଛନ୍ତି

ଭୁବନେଶ୍ୱର: କୃଷି ଓ କୃଷକ ପ୍ରସଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପିସିିସି ସଭାପତି କହିଛନ୍ତି ଯେ  କେତେଦିନ କାଳ ବିଜେଡ଼ି ସରକାର କୃଷକ ମାନଙ୍କ ପାଇଁ ଏ ମିଛ କାନ୍ଦଣା କାନ୍ଦିବେ? ପ୍ରକୃତରେ ନବୀନ ବାବୁଙ୍କର ଆଖିରୁ ଆଜି ପର୍ଯ୍ୟନ୍ତ କୃଷକମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ବୁନ୍ଦାଏ ମଧ୍ୟ ଲୁହ ଗଡ଼ିନାହିଁ। ୨୦୧୭-୧୮ ମସିହାରେ ବିଧାନସଭା ଭଳି ପବିତ୍ର ଗୃହରେ ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ ହୋଇଥିଲା। ସଂକଳ୍ପ ନାମା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଧାୟକମାନଙ୍କର ଏକ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଥିଲା। ଏଥିପାଇଁ ନବୀନବାବୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିଟିଏ ଲେଖି ବସିଗଲେ କିନ୍ତୁ ଗୋଟିଏ ଥର ବି ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରିଲା ନାହିଁ ଏବଂ ଏହି ସଂକଳ୍ପ ନାମା ଅନୁସାରେ କୃଷକମାନଙ୍କୁ ସର୍ବନିମ୍ନ ୨୯୫୦ ଟଙ୍କା ଧାନ କ୍ବିଣ୍ଟାଲ ପିଛା ମିଲିଲା ନାହିଁ। ସବୁ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇ ପାରୁଛି ଏବଂ ଟେଲିଫୋନରେ କଥା ହୋଇପାରୁଛନ୍ତି, କିନ୍ତୁ ବିଧାୟକ ଦଳର ଏକ ପ୍ରତିନିଧି ମଣ୍ଡଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ଟଙ୍କାର ଦାବିକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିବାର କାହିଁକି ସୁଯୋଗ ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ।

- Advertisement -

ସେ ପୁଣି କହିଛନ୍ତି ଯେ କେନ୍ଦ୍ରର ସବୁ ବିଲକୁ ପାସ କରିବାରେ ବିଜେଡ଼ି ମୁଖ୍ୟ ଭୂମିକା ଗ୍ରହଣ କରୁଛି ।  କିନ୍ତୁ କୃଷକମାନଙ୍କ ସମସ୍ୟା ପାଇଁ ଥରୁଟିଏ ମଧ୍ୟ ପାଲ୍ୟାମେଣ୍ଟରେ ଏକଥା ଉଠାଇବାରେ ଅସମର୍ଥ କାହିଁକି? ସାରା ଭାରତବର୍ଷରେ ୧କୋଟିରୁ ଅଧିକ କୃଷକ ଦୀର୍ଘ ୧୫ ଦିନଧରି ବିଜେପି ସରକାର କୃଷି ବିରୋଧୀ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି।  କିନ୍ତୁ ଏହି ଆଇନକୁ ପାରିତ କରିବାରେ ବିଜେଡ଼ି ଦଳ କାହିଁକି ଓ କିଭଳି ଭାବରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରିଥିଲା। ବିଜେଡ଼ିର ସାଂସଦମାନେ ଏ ବିଲକୁ ଥରେ ପଢ଼ିଥିଲେ କି?

ଗତ ଡିସେମ୍ବର ୮ ତାରିଖ କୃଷକମାନେ ସାରାଭାରତ ବନ୍ଦର ଡାକରା ଦେଲେ। ଭାରତବର୍ଷରେ ବିଜେପିକୁ ଛାଡ଼ି ସମସ୍ତ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଲେ କିନ୍ତୁ ବିଜେଡ଼ି ଦଳ ସମର୍ଥନ ଜଣାଇଲା ନାହିଁ କାହିଁକି? ଏଥିରୁ ବିଜେଡ଼ି ଦଳର ଏବଂ ନବୀନ ବାବୁଙ୍କ ଦୋମୁହାଁ ନୀତି ରାଜ୍ୟବାସୀଙ୍କ ସାମନାରେ ସ୍ପଷ୍ଟ ଜଣାପଡ଼ିଲା ନାହିଁକି? ଏଥିରୁ ଆଉ ବୁଝିବାକୁ ବାକି ନାହିଁ ଯେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ଅଘୋଷିତ ମେଂଟ ତାହାକୁ ପୂର୍ଣ୍ଣପ୍ରାଣରେ ନବୀନବାବୁ ପାଳନ କରିବାରେ ଚେଷ୍ଟିତ। କୃଷକଙ୍କ ସମସ୍ୟା ଏବଂ ଦାବି ପ୍ରତି ତାଙ୍କର ନିଘା ହିଁ ନାହିଁ। ଏହି କଳା କୃଷିଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ କଥାଟି ମୂଳରୁ ବାଦ ପଡ଼ିସାରିଛି। ତେଣୁ ନବୀନବାବୁ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ କୃଷକମାନଙ୍କୁ ମିଳୁ ବୋଲି କ୍ୟାବିନେଟରେ ମୋହର ଲଗାଇଲେ ତାହାତ ତାଙ୍କ ସାହାଯ୍ୟରେ ପାଳିତ ହୋଇଥିବା କଳା କୃଷି ଆଇନରେ ନାହିଁ। ତେଣୁ ରାଜ୍ୟରେ ସାଂସଦମାନେ ଏ ଦାବି କଉଠି ଉଠାଇବେ ଯେଉଠି କହିବା କଥା ଥିଲା ସେତେବେଳେ କ’ଣ ଶୋଇପଡ଼ିଥିଲେ ବୋଲି କହିଛନ୍ତି ନିରଞ୍ଜନ ।

୨୦ବର୍ଷ ଭିତରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଯେତେସବୁ କ୍ୟାବିନେଟ ମୋହର ବାଜିଛି କେଉଁ ଗୋଟିକ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି ତାହା ଖୋଦ ମୁଖ୍ୟମନ୍ତ୍ରୀ ଖୋଲା ବିର୍ତକରେ ଭାଗ ନେଇ ଜଣାନ୍ତୁ। ୨୦ବର୍ଷ ଭିତରେ କେତୋଟି ଶୀତଳ ଭଣ୍ଡାର ହୋଇଛି। ରାଜ୍ୟରେ ଯାହାକିଛି ଶୀତଳ ଭଣ୍ଡାର ଥିଲା ସେଗୁଡ଼ିକରେ ତାଲା କାହିଁକି ଝୁଲୁଛି। ଏ ଅସମାହିତ ପ୍ରଶ୍ନର ଉତର ଖୁବଶୀଘ୍ର ରାଜ୍ୟର ୭୦ଭାଗ କୃଷକ ପରିବାର ଦେବେ ବୋଲି ନିରଞ୍ଜନ କହିଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories