www.samajalive.in
Saturday, December 6, 2025
26.1 C
Bhubaneswar

ନଡ୍ଡାଙ୍କ ସୁରକ୍ଷା ଢିଲା ! ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମଗାଯାଇଛି। ଏ ସମ୍ପର୍କ​‌ରେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।

- Advertisement -

ଗସ୍ତର ୨ୟ ଦିନରେ ଗୁରୁବାର ନଡ୍ଡା ଦଳୀୟ ରାଲିର ଶୁଭାରମ୍ଭ କରିବାର ଥିଲା। ଏହା ପୂର୍ବରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ କିଛି ସ୍ଥାନୀୟ ବ୍ୟକ୍ତି ଆକ୍ରମଣ କରିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌କୁ ଭଙ୍ଗାରୁଜା କରାଯାଇଛି। ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ପାତ୍ର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

Image Courtesy: Ndtv

ଗସ୍ତର ପ୍ରଥମ ଦିନରେ ନଡ୍ଡା ଦଳୀୟ ରାଲିରେ ଯୋଗଦେଇ ମମତା ସରକାର ଉପରେ ପ୍ରବଳ ବର୍ଷିଥିଲେ। ଆଗାମୀ ନିର୍ବାଚନରେ ବିଜେପିକୁ ଏଠା​‌ରେ ୨୦୦ରୁ ଅଧିକ ଆସନରେ ବିଜୟ ମିଳିବ ବୋଲି ନଡ୍ଡା କହିଥିଲେ। ମମତା ଏବଂ ଟିଏମସିକୁ ଟାର୍ଗେଟ କରି ସେ କହିଥିଲେ, ଅନ୍ୟ ଦଳଗୁଡ଼ିକ ପାଇଁ ପରିବାର ହେଉଛି ପାର୍ଟି। ଟିଏମସି ବି ଏଥିରୁ ଭିନ୍ନ ନୁହେଁ। ଏହା ବି ଏକ ପାରିବାରିକ ଦଳ ବନିଯାଇଛି। କିନ୍ତୁ ବିଜେପି ପାଇଁ ପାର୍ଟି ହେଉଛି ଗୋଟିଏ ପରିବାର।

ନଡ୍ଡା ଆହୁରି କହିଥିଲେ, ରବୀନ୍ଦ୍ରନାଥ ଟାଗୋର ଯେପରି ଦେଶକୁ ନୂଆ ଦିଗ ଦେଇଥିଲେ ତାହା ସମସ୍ତେ ଜାଣନ୍ତି। କିନ୍ତୁ ଆଜି ପଶ୍ଚିମବଙ୍ଗରେ ଅସହିଷ୍ଣୁତା ବଢ଼ିଚାଲିଛି। ରାଜସ୍ଥାନରେ ବିଡିସି ଜିଲା ପରିଷଦ ନିର୍ବାଚନ ହେଲା। କୃଷକମାନେ ଏକତରଫା ନିଷ୍ପତ୍ତି ନେଇ ବିଜେପି ପକ୍ଷରେ ସମର୍ଥନ ଦେଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories