www.samajalive.in
Wednesday, December 10, 2025
18.1 C
Bhubaneswar

ଖାଲି ପଡିଛି ପଦବୀ, ଭୁଶୁଡି ଯାଉଛି ଅତାବିରା ବ୍ଲକ ଶିକ୍ଷା କାର୍ଯ୍ୟାଳୟ

ରେଙ୍ଗାଲିକେମ୍ପ : ଅତାବିରା ବ୍ଳକ ଶିକ୍ଷା କାର୍ଯ୍ୟାଳୟର ଅଧିନରେ ରହିଛି ୧୫୨ଟି ବିଦ୍ୟାଳୟ। ସେଥିରୁ ୫୯ଟି ପ୍ରାଥମିକ ବିଦ୍ୟାଳୟ, ୫୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,୩ଟି ସେବାଶ୍ରମ ବିଦ୍ୟାଳୟ ,୪ଟି ବ୍ଳକଗ୍ରାଣ୍ଡ ଓ ୩୨ଟି ଉଚ୍ଚ ବିଦ୍ୟାଳୟ ରହିଛି। ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାଳୟ ପାଠ ପଢା ବନ୍ଦ ରହିଛି ହେଲେ ସମସ୍ତ ପ୍ରକାରର ପରୀକ୍ଷା ସହ ଅଫିସ ବ୍ୟବସ୍ଥା ଚାଳୁ ରହିଛି। ଶିକ୍ଷକମାନେ ପ୍ରତିଦିନ କିଛି ନା କିଛି ଅଫିସିଆଲ କାମ ପାଇଁ  ଏହି କାର୍ଯ୍ୟାଳୟକୁ ଆସୁଛନ୍ତି। ହେଲେ ବ୍ଳକ ଶିକ୍ଷା କାର୍ଯ୍ୟାଳୟରେ ଏବେ କର୍ମଚାରୀଙ୍କ ଘୋର ଅଭାବ ରହିଛି। ମାତ୍ର ଦୁଇଜଣ ସରକାରୀ ନିୟମିତ କର୍ମଚାରୀରେ କାର୍ଯ୍ୟାଳୟଟି ଚାଲିଛି । ବାକି ସମସ୍ତ ଆଠ ଜଣ ଠିକା କର୍ମଚାରୀ। ବିଇଓ ପଦବୀ ଖାଲି ପଡିଥିବା ବେଲେ ତିନିଟି ଏବିଓ ପଦବୀରୁ ଗୋଟିଏ ମାତ୍ର ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀରେ ଚାଳୁଛି କାମ।  ବରିଷ୍ଠ କିରାଣୀ ପଦବୀ  ମଧ୍ୟ ଖାଲି ପଡିଛି। କନିଷ୍ଠ କିରାଣୀ ୨ଟି ପଦବୀ ମଧ୍ୟରୁ ଗୋଟିଏ ପଦବୀ ଖାଲି ରହିଛି। ସେହିପରି ହେଡ କ୍ଳାର୍କ ପଦବୀ ଖାଲି ରହିଛି, ପିଅନ ପଦବୀ ୨ଟି ଯାକ ଖାଲି ପଡି ଗୋଟିଏ ଡେପୁଟେସନରେ କାର୍ଯ୍ୟ ଚାଲୁଛି। ଏମିତି ଅବସ୍ଥାରେ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲୁଥିବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦/୨୨କିମି ଦୂରତାରୁ ଆସି ଅନେକ ସମୟରେ ବହୁତ ହଇରାଣ ହେଉଥିବା ଅଭିଯୋଗ ରହୁଛି। ବ୍ଳକରେ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରବା ପାଇଁ  ବ୍ଳକ ଶିକ୍ଷା କାର୍ୟ୍ୟାଳୟ ମେରୁଦଣ୍ଡ ସଦୃଶ। ହେଲେ ଏହି ମେରୁଦଣ୍ଡ ବର୍ତ୍ତମାନ ଦୁର୍ବଳ ହୋଇପଡୁଛି କେବଳ କର୍ମଚାରୀ ଅଭାବରୁ। ଡିଡିଓ ଚାର୍ଜରେ ରହିଛନ୍ତି ବରଗଡ ର ଜଣେ ଅଧିକାରୀ ଫଳରେ କାମ ଠିକ ଭାବରେ ହେଉ ନଥିବା ଶିକ୍ଷକମାନେ ଅଭିଯୋଗ କରୁଛନ୍ତି ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ରାଜ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଖାଲି ପଡିଥିବା ପଦବୀକୁ ପୂରଣ କରି କାର୍ଯ୍ୟାଳୟ ଯେପରି ସୁରୁଖୁରୁରେ ଚାଲିବ ତା ପାଇଁ ବିହିତ ପଦକ୍ଷେପ ନେବାପାଇଁ ଶିକ୍ଷକ ମହଲରେ ଦାବି ରହୁଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories